ଛତିଶଗଡ଼ରେ ମାଓ ଆକ୍ରମଣ ଘଟଣା:ଓଡ଼ିଶା ସୀମାନ୍ତ ହେଲା ସିଲ୍
ଭୁବନେଶ୍ୱର: ଛତିଶଗଡ଼ ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ୧୦ DRG ଯବାନଙ୍କ ମୃତ୍ୟୁ ପରେ କଡାକଡି କରାଯାଇଛି ରାଜ୍ୟର ସୁରକ୍ଷା ବ୍ୟବସ୍ଥା । ଓଡ଼ିଶାର ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି । ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ପରେ ବର୍ତ୍ତମାନ ବରଗଡ଼, କଳାହାଣ୍ତିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି ।
ରିପୋର୍ଟ ଅନୁସାରେ, ଛତିଶଗଡ଼ରୁ ହିଁ ଓଡ଼ିଶାକୁ ନକ୍ସଲ ପ୍ରବେଶ କରିଥାନ୍ତି । ରାଜ୍ୟର ସୁରକ୍ଷାକୁ ନଜରରେ ରଖି ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍ କରିଦିଆଯାଇଛି । ଏନେଇ ଅତିରିକ୍ତ ଡିଜି ଅପରେସନ ଅମିତାଭ ଠାକୁର ସୂଚନା ଦେବା ସହ ସୀମାନ୍ତ ଜିଲ୍ଲାର ସମସ୍ତ ଏସପି ମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଆତ୍ମସମର୍ପଣ କରୁଥିବା ମହିଳା ମାଓବାଦୀ ।
ସୂଚନାଥାଉ ଯେ, ଛତିଶଗଡ଼ର ଦାନ୍ତେୱାଡର ଅରନପୁର ଅଞ୍ଚଳରେ ୨୬ ତାରିଖରେ ହୋଇଥିବା ନକ୍ସଲ ଆଟାକରେ ଡିଆରଜିର ୧୦ ଜଣ ଯବାନ ଓ ଗାଡ଼ିର ଡ୍ରାଇଭର ସହିଦ ହୋଇଛନ୍ତି । ଛତିଶଗଡ଼ ପୋଲିସର ଜିଲ୍ଲା ରିଜର୍ଭ ଗାର୍ଡ (DRG) ର ଏକ ଟିମ୍ ନକ୍ସଲ ବିରୋଧୀ ଅପରେସନରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ବିରାଟ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା ।












Click it and Unblock the Notifications