କନ୍ଧମାଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କ୍ୟାଡର୍ ମାଓବାଦୀ ନିହତ
କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି । ଉକ୍ତ ମାଓବାଦୀ ନିକଟରୁ ଏକ ଏକେ-୪୭ ଜବତ ବି ହୋଇଛି। ଖାଲି ସେତିକି ନୁହେଁ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ବି ଜବତ ହୋଇଛି ।
କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ କ୍ୟାଡର ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି । ଉକ୍ତ ମାଓବାଦୀ ନିକଟରୁ ଏକ ଏକେ-୪୭ ଜବତ ବି ହୋଇଛି। ସୂଚନା ଅନୁଯାୟୀ, କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଏସଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

ଏସଓଜି ପକ୍ଷରୁ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା କର୍ମୀମାନେ ଅତର୍କିତ ଅପରେସନ୍ କରିଥିଲେ । ଏଣେ ଘଟଣାସ୍ଥଳରୁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ବି ଜବତ ହୋଇଛି ।












Click it and Unblock the Notifications