ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି, ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ
ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି । ଅନେକଙ୍କୁ ପରୋକ୍ଷ ଭାବେ ସେ ଟାର୍ଗେଟ କରିଛନ୍ତି । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, କେତେବେଳେ କଣ ଗେମ୍ ହେବ କିଛି କହି ହେବ ନାହିଁ । ଅପେକ୍ଷା କରନ୍ତୁ, ରାଜନୀତିରେ କିଛି ଅସମ୍ଭବ ନୁହେଁ । କେତେବେଳେ କଣ ହେବ କିଏ କହିବ, ସବୁ ଆଡ଼କୁ ଧ୍ୟାନ ଦେଇଛୁ ।

କେଉଁଠି କିଏ ବକ୍ତବ୍ୟ ଦେଲେ ନଜର ରଖିଛୁ। କେଉଁଠି କିଏ ଭୋଜିଭାତ କରି ମେଳି କଲେ, ତା ଉପରେ ବି ନଜର ରହିଛି । ବହୁତ କିଛି ସମୀକରଣ ୨୦୨୬ ମସିହାରେ ହେବାକୁ ଯାଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିରଖୁଛୁ କି, ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ -ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଯଦି ଓଡ଼ିଶା କଥା ଦେଖିବା ତାହେଲେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ସରିବ ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications