ଜୁଲାଇ 2 ରୁ ବିଧାନସଭାର ମୌସୁମୀ ଅଧିବେଶନ
ଆସନ୍ତା ଜୁଲାଇ 2 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ 4 ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ 24ଟି କାର୍ଯ୍ୟ ଦିବସ ।
ଭୁବନେଶ୍ବର: ଆସନ୍ତା ଜୁଲାଇ 2 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ 4 ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ମୋଟ 24ଟି କାର୍ଯ୍ୟ ଦିବସ ।

ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ । ବିଲ୍ ପାସ କରିବା ପାଇଁ 2ଟି କାର୍ଯ୍ୟ ଦିବସ ରହିଛି । ସେହିପରି ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ ।
ତେବେ ପୂର୍ବ ପରି ଶନିବାର ଓ ରବିବାରକୁ ଛୁଟି ଦିନ ଘୋଷଣା କରାଯାଇଛି । କୋଭିଡ ସମୟରେ ଶନିବାର ଓ ରବିବାରକୁ କାର୍ଯ୍ୟ ଦିବସ ଭାବେ ଗଣା ଯାଉଥିଲା ।












Click it and Unblock the Notifications