Get Updates
Get notified of breaking news, exclusive insights, and must-see stories!

ରେଳବାଇ ଚାକିରିରୁ ଇସ୍ତଫା ଦେଲେ ମନୋଜ ମିଶ୍ର

ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ ( ଆଇଆରଟିଏସ ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି ।

ଭୁବନେଶ୍ୱର: ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି । ଏନେଇ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ତେବେ ଶ୍ରୀ ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବିଭିନ୍ନ ସଚିବ ପଦବିରେ କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡ଼ିଛି ।

Manoj Mishra

ମିଳିଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ଓଡ଼ିଶାକୁ ଡେପୁଟେସନରେ ଆସିଥିବା ୧୯୯୯ ବ୍ୟାଚ୍ ଆଇଆରଟିଏସ୍ ମନୋଜ କୁମାର ମିଶ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ରେଳ କୋଅର୍ଡିନେସନ କମିଶନର, ରାଜ୍ୟ ଆଇଟି ସଚିବ ଓ ଓକାକ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଆଇଆରଟିଏସ୍ ଚାକିରିରୁ ଇସ୍ତଫା ନେଇ ଆବେଦନ ପତ୍ରକୁ ରାଷ୍ଟ୍ରପତି ୨୦୨୨ ଡିସେମ୍ବର ୨୮ତାରିଖରୁ ସ୍ୱୀକାର କରିଥିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳବାଇକୁ ଅବଗତ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+