ବିପଦ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର; କହିଲେ ଏମିତି କିଛି
ଗତକାଲି ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେବା ପରେ ଆଜି ପ୍ରେସମିଟ୍ କରି ବର୍ଷିଲେ ମନୋଜ ମିଶ୍ର । ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିଲେ ମନୋଜ । ସେ ପ୍ରେସମିଟ୍ କରି କହିଛନ୍ତି, ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ ବୋଲି କହିଛନ୍ତି ମନୋଜ ମିଶ୍ର ।

ମନୋଜ କହିଛନ୍ତି, ଫିଲ୍ମ ମାନେ ଗୋଟେ ବିଜନେସ୍ । ବିଜନେସ୍ ରୁଲ ଭାବେ ଏହା ଗ୍ରୋ କରିବା କଥା । କିନ୍ତୁ ଅବସୋସ୍ ଏହା ତଳକୁ ଯାଉଛି ପଛେ ଆଗକୁ ଯାଉନି । ମୁଁ ୧୦ ବର୍ଷ ତଳେ ଫିଲ୍ମ ପାଇଁ ଯେତିକି ଟଙ୍କା ପାଉଥିଲି ୧୦ ବର୍ଷ ପରେ ତା'ଠାରୁ କମ୍ ପାଉଣା ପାଉଛନ୍ତି ।
ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି । ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ । ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ । ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ । ବେଶି ନୁହେଁ ବରଂ ଦମନ ଓ କର୍ମ ପରି ଗୋଟିଏ ଗୋଟି କଣ୍ଟେଣ୍ଟ ଥିବା ଫିଲ୍ମ ବନାଇବାକୁ ପଡିବ । ତେଣୁ ନିଜ ଦୋଷ ଦୁର୍ବଳତା ନଦେଖି ମୋତେ ଦୋଷାରୋପ କରିବା କ୍ଷୋଭର ବିଷୟ ବୋଲି କହିଛନ୍ତି ମନୋଜ ।












Click it and Unblock the Notifications