ମନୋଜ ଆହୁଜାଙ୍କୁ ବଡ ଦାୟିତ୍ଵ ଦେଲେ ରାଜ୍ୟ ସରକାର, ଏସଜେଟିଏର ଅଧ୍ୟକ୍ଷ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ
ରାଜ୍ୟ ସରକାର ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି।ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲା। ହେଲେ ଏ ନେଇ ଖବର ପ୍ରସାରଣ ପରେ ସେବାୟତ ପ୍ରତିକ୍ରିୟାଶୀଳ ହୋଇଥିଲେ। ନିୟମ ଅନୁସାରେ, ଗଜପତି ମହାରାଜ ପରିଚାଳନା କମିଟି ଅଧ୍ୟକ୍ଷ ରହିପାରିବେ। ତେବେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଯାହା ପରେ ଚିଠି ବଦଳାଯଇଥିଲା।

ସୂଚନାଯୋଗ୍ୟ, ରଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପ୍ରଶାସନର କାର୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କାର୍ୟ୍ୟକାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ।












Click it and Unblock the Notifications