ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମନୋଜ ଆହୁଜାଙ୍କୁ ମିଳିଲା ଦାୟିତ୍ଵ
ମନୋଜ ଆହୁଜାଙ୍କୁ ବଡ ଦାୟିତ୍ଵ ଦେଲେ ରାଜ୍ୟ ସରକାର। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ହେଲେ ନିଯୁକ୍ତ । ମୁଖ୍ୟ ସଚିବ ସହିତ ସେ ଏହି ଦାୟିତ୍ୱ ମଧ୍ୟ ତୁଲାଇବେ।

ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି।
ଆଇନ ଅନୁଯାୟୀ ପରିଚାଳନା କମିଟିରେ ଗଜପତି ମହାରାଜା, ପୁରୀ (ଅଧ୍ୟକ୍ଷ), ଜିଲାପାଳ, ପୁରୀ (ଉପାଧ୍ୟକ୍ଷ), ମନ୍ଦିର ପରିଚାଳନା, ସଦସ୍ୟ, କୋଷାଦାୟ(ଏଣ୍ଡୋମେଣ୍ଟ) ଆୟୁକ୍ତ ଅନ୍ୟ ସେବାୟତ ଏବଂ ମୁକ୍ତିମଣ୍ଡପର ସଦସ୍ୟ ମଧ୍ୟ ରହିଛନ୍ତି।












Click it and Unblock the Notifications