
'ମନ୍ କି ବାତ୍'ରେ ପ୍ରଧାନମନ୍ତ୍ରୀ ଜଣାଇଲେ ନୂଆଁଖାଇ ଶୁଭେଚ୍ଛା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୨ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସଂପର୍କରେ ଆଲୋଚନା କରିବା ସହ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହା ସହ ଦେଶବାସିଙ୍କୁ ନୂଆଁଖାଇର ଅର୍ଥ ବୁଝାଇ ମୋଦି କହିଥିଲେ ଯେ ନୂଆଁଖାଇର ଅର୍ଥ ନୂତନ ଖାଦ୍ୟ ଏହି ପର୍ବ ଆମ ଦେଶର କୃଷି ପରମ୍ପରା ସହିତି ଜିଡିତ । ଦେଶର କେତେକ ମୁଖ୍ୟ କୃଷି ପର୍ବ ମଧ୍ୟରୁ ଏହି ପର୍ବ ଅନ୍ୟତମ ।

ସେହିପରି ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଚାଲିଥିବା ଆଜାଦି କା ଅମୃତ ମହୋତ୍ସବ, 'ହର୍ ଘର୍ ତିରଙ୍ଗା 'କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରତ୍ୟକ ସହର , ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହୋଇଥିଲା । କେବଳ ଭାରତରେ ନୁହେଁ, ବିଦଶରେ ମଧ୍ୟ ଅମୃତ ମହୋତ୍ସବ ପାଳନ କରାଯାଇଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଭାରତ-ନାମିବୀୟ ସାଂସ୍କୃତିକ ପାରମ୍ପରିକ ସମ୍ପର୍କ ଆଧାରରେ ସ୍ବତନ୍ତ୍ର ଡାକଟିକଟର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହାସହ ଡିଜିଟାଲ୍ ଇଣ୍ତିଆ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିବା ସହ ଜଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ମଧ୍ୟ ବୁଝାଇଲେ ମୋଦି ।