ଚତୁର୍ଥ ଥର ରାଜ୍ୟ ବିଜେପିର ମଙ୍ଗ ଧରିବେ ମନମୋହନ; ଆଜି ଔପଚାରିକ ଘୋଷଣା
ପୁଣି ଥରେ ମନମୋହନ ସାମଲ । କାରଣ ଚତୁର୍ଥ ଥର ପାଇଁ ପୁଣି ଥରେ ରାଜ୍ୟ ବିଜେପିର ସଭାପତି ହେବାକୁ ଯାଉଛନ୍ତି ମନମୋହନ । ଗତକାଲି ବିଧିବଦ୍ଧ ଭାବେ ସେ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ନାମାଙ୍କନର ସମସ୍ତ ପ୍ରସ୍ତାବିତ ପତ୍ରରେ କେବଳ ମନମୋହନ ସାମଲଙ୍କ ନାମ ଉଲ୍ଲେଖ ଥିଲା ।
ଆଉ କେହି ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଶେଷ ସମୟ ପର୍ଯ୍ୟନ୍ତ ଦାଖଲ କରିନଥିଲେ। ଏହାସହିତ ଶେଷ ସମୟ ପର୍ଯ୍ୟନ୍ତ ୩୨ଟି ନାମାଙ୍କନ ପତ୍ର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ଦାଖଲ ହୋଇଛି।

ରାଜ୍ୟ ସଭାପତି ପାଇଁ ଏକ ମାତ୍ର ମନମୋହନ ସାମଲ ନାମାଙ୍କନ ଭରିଛନ୍ତି । ଆଜି ଦିନ ୧୧ଟାରେ ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ନାମ ଘୋଷଣା ହେବ ।
ତେବେ ଏସବୁ ଭିତରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଉ କୌଣସି ପ୍ରାର୍ଥୀ ତାଙ୍କ ବିରୋଧରେ ନାମାଙ୍କନ ଭରିନଥିବାରୁ ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି। ତେଣୁ କେନ୍ଦ୍ର ନେତୃତ୍ୱ ମନମୋହନଙ୍କ ନାଁରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି। ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା । କୁହାଯାଉଛି ସେଥିପାଇଁ ତାଙ୍କୁ ପୁଣି ସଭାପତି ଦାୟିତ୍ଵ ଦିଆଯାଇଛି।
ମନମୋହନ ସାମଲଙ୍କ ରାଜନୈତିକ ପୃଷ୍ଠଭୂମି
ଏହା ପୂର୍ବରୁ ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ତିନି ଥର କାର୍ଯ୍ୟ କରିସାରିଛନ୍ତି। ପ୍ରଥମେ ୧୯୯୯ରୁ ୨୦୦୦ ଓ ପରେ ୨୦୦୧ ରୁ ୨୦୦୪ ପର୍ଯ୍ୟନ୍ତ ଦଳର ଦାୟିତ୍ଵ ନିଜ ମୁଣ୍ଡକୁ ନେଇଥିଲେ। ସାମଲ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ। ୨୦୦୪ରେ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ୨୦୦୪ରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ବିଜେପି ବିଜେଡି ମେଣ୍ଟ ସରକାରରେ ଗୁରୁତପୁର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ଶ୍ରୀଯୁକ୍ତ ସାମଲ।
ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ତାଙ୍କର ସଂଗଠନରେ ବରିଷ୍ଠତା ଓ ସରକାରରେ ଅଭିଜ୍ଞତା ଯୋଗୁଁ କେନ୍ଦ୍ରୀୟ ନେତୃତ୍ୱ ମାନମୋହନଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି। ୧୯୯୯ରୁ ୨୦୦୦, ୨୦୦୧ରୁ ୨୦୦୪, ୨୦୨୩ରୁ ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଛନ୍ତି ମନମୋହନ।
ରାଜ୍ୟ ସଭାପତି ଭାବେ ମନମୋହନ ସାମଲଙ୍କ କାର୍ଯ୍ୟକାଳ
୧୯୯୯ ନଭେମ୍ବରରୁ ୨୦୦୦ ଅକ୍ଟୋବର
୨୦୦୦ ଅକ୍ଟୋବରରୁ ୨୦୦୪ ମେ'
୨୦୨୩ ମାର୍ଚ୍ଚରୁ ୨୦୨୫ ଜୁଲାଇ ୭
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications