'ସବୁ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା'
ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତମାନେ ଖୁବଶୀଘ୍ର ସେମାନଙ୍କ ଟଙ୍କା ଫେରିପାଇବେ । ୪ମାସ ମଧ୍ୟରେ ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ ସରକାର ଗଢିବା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର ଟଙ୍କା ପ୍ରଦାନ କରାଯିବ । 5 ଲକ୍ଷ ପାଖାପାଖି ଜମାକାରୀଙ୍କ ତାଲିକା ହୋଇଛି । ଏବେବି ପ୍ରମାଣ ଦେଲେ ତଦାରଖ କରି ଟଙ୍କା ଦିଆଯିବ । ଯାହା ସଂକଳ୍ପ ନିଆଯାଇଛି ତାହା ପୂରଣ କରାଯିବ"ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ 1 ଲକ୍ଷ 26 ହଜାର 137 ଜମାକାରୀଙ୍କୁ 47.07 କୋଟି ଟଙ୍କା ଫେରସ୍ତ ହୋଇଛି । 2014ରୁ 2024 ମସିହା ଦୀର୍ଘ 10 ବର୍ଷ ମଧ୍ୟରେ କେବଳ 2 ଲକ୍ଷ 79 ହଜାର 109 ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର 119 କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ 163ଟି ଚିଟ୍ଫଣ୍ଡ ସଂସ୍ଥା ପ୍ରାୟ 6ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications