ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ? ମନମୋହନ ଦେଲେ ପ୍ରତିକ୍ରିୟା..

ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ । ନେତାଙ୍କୁ ଭୋଟ୍ ଦେଇ ଜିତାଇଥିବା ଭୋଟରମାନେ ମଧ୍ୟ ଚାହିଁ ବସିଛନ୍ତି କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଦିନକ ପରେ ଅର୍ଥାତ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶାକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ଓଡ଼ିଶାର କେହି ଜଣେ ପୁଅ ବା ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆସନ ମିଳିବ ।

manmohan samal

ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ଏଯାଏଁ ନିଷ୍ପତ୍ତି ହୋଇନି । ପାର୍ଲାମେଣ୍ଟାରି ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ । ଓଡିଶା ପାଇଁ କେନ୍ଦ୍ରୀୟ ସ୍ତରର ନେତା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନମୋହନ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଚୟନ ନେଇ ଓଡ଼ିଶାରୁ ବିଜେପି ନେତା ଦିଲ୍ଲୀ ଯାଇଥିଲେ । ଆଉ ଆଜି ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି, ୧୦ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ।

ସେ ଆହୁରି କହିଛନ୍ତି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦେଖିବାକୁ ମିଳିବ । କିଏ ହେବ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ଏ ଯାଏ ନିଷ୍ପରି ହୋଇନି । ଆହୁରି ୪୮ ଘଣ୍ଟା ସମୟ ରହିଛି । ଏ ସମୟ ଭିତରେ ନିଷ୍ପରି ହୋଇଯିବ ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ । ମୁଁ ଆଦୌ ମୁଖ୍ୟମନ୍ତ୍ରୀ ରେସରେ ନାହିଁ ବୋଲି କହିଛନ୍ତି ମନମୋହନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+