ଦିଲ୍ଲୀରୁ ଫେରି ମନମୋହନ ସାମଲଙ୍କ ସୂଚନା , କହିଲେ ଏକାକୀ ନିର୍ବାଚନ ଲଢିବ ବିଜେପି
ଭୁବନେଶ୍ୱର: ଆଜି ଦିନରେ ଦିଲ୍ଲୀରୁ ଫେରିଥିଲେ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟରେ ମେଣ୍ଟ ହେବା ଏବଂ ଆସନ ବୁଝାମଣା ନେଇ କଣ ସ୍ପଷ୍ଟ ହୋଇଛି ସେ ନେଇ କୌଣସି ବି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନଥିଲା ।

ଆଉ ଏହାରି ମଧ୍ୟରେ ଆଜି ସଂନ୍ଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ । ଆଉ ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ସୂଚନା । କହିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ କହିଲେ ମନମୋହନ ।
ଆହୁରି କହିଛନ୍ତି, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି ବୋଲି କହିଛନ୍ତି ମନମୋହନ ।












Click it and Unblock the Notifications