ରାଜା ଚକ୍ରଠାରୁ ଟଙ୍କା ନେଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ମନମୋହନ ସାମଲ
ବିଜେଡି ନେତା ରାଜା ଚକ୍ରଠାରୁ ୧ କୋଟି ୩୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଯେଉଁମାନେ ଅଭିଯୋଗ କରିଛନ୍ତି, ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ ।
ସେ ଆହୁରି କହିଛନ୍ତି ଆମ ଜୀବନ ଖୋଲା ବହି । ଆମ ଦଳର ନେତା ମାନଙ୍କ ଜୀବନ ବି ଖୋଲା । ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ । ଦାୟିତ୍ୱହିନ ମନ୍ତବ୍ୟ ଦେବା କଥା ନୁହେଁ । ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି ।

ତେବେ ମନମୋହନ ସାମଲଙ୍କୁ ୧କୋଟି ଟଙ୍କା ଦିଆଯାଇଥିବା କଥା କହିଥିଲେ ରାଜା ଚକ୍ର ଓକିଲ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏବଂ ପ୍ରତିକ୍ରିୟାଶୀଳ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି ।
ଦାୟିତ୍ୱହୀନ କଥା ଗଣମାଧ୍ୟମକୁ ନାଆସୁ । ପରୀକ୍ଷା ନିରୀକ୍ଷ କରନ୍ତୁ । ମୋ ଆକାଉଣ୍ଟ ନେମ୍ବର ନେଇ ଚେକ କରନ୍ତୁ । ଦଳ ଆକାଉଣ୍ଟ ଖୋଲା ଅଛି । ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।












Click it and Unblock the Notifications