Manipur Violence:ଗୁଳିମାଡରେ ଯବାନ ସହିଦ, ବନ୍ଦ ହେଲା ଇଣ୍ଟରନେଟ୍ ସେବା
Manipur Violence: ଗତ ଏକ ମାସ ଧରି ମଣିପୁରରେ ସଂଘର୍ଷ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାକାଣ୍ଡରେ ଦଶହଜାର ଲୋକ ପ୍ରାଣ ହରାଇଲେଣି । ବର୍ତ୍ତମାନ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଆସାମ ରାଇଫଲ୍ସ ଯବାନ ଆହତ ହୋଇଛନ୍ତି ।

ସୂଚନାନୁସାରେ, ବିଏସଏଫ ଯବାନ ରଣଜିତ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି, ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ରଞ୍ଜିତ ଯାଦବଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେନା ଅଧିକାରୀଙ୍କ ସୂଚନା ଅନୁସାରେ, ମଣିପୁରର ସେରାଉରେ ସୁରକ୍ଷା କର୍ମୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ଜଣ ଆସାମ ରାଇଫଲ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଉଭୟ ଆହତ ଯବାନଙ୍କୁ ବିମାନ ଯୋଗେ ମନ୍ତ୍ରିପୁଖରୀ ଅଣାଯାଇଥିଲା ।
ଅଧିକାରୀ କହିଛନ୍ତି ଯେ, ମଣିପୁରର ସୁଗାନୁ ଏବଂ ସେରାଉରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ପୋଲିସ ବଡ଼ ଧରଣର ଅପରେସନ୍ ଜାରି ରହିଛି । ଏହି ଅପରେସନରେ ଏପର୍ଯ୍ୟନ୍ତ 40ଟି ବନ୍ଧୁକ ଉଦ୍ଧାର କରାଯାଇଛି ।
ସୂଚନାଥାଉ ଯେ, ଗତ ୩ ମେରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା । ଅନୁସୂଚିତ ଜନଜାତିରେ ମେଟାଇ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବା ବିରୋଧରେ ହିଂସା ଆରମ୍ଭ ହୋଇଥିଲା ।୧୯ ଏପ୍ରିଲରେ ମେଟେଇଙ୍କୁ ଏସଟିରେ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଏହା ପରେ ଆରମ୍ଭ ହୋଇଥିଲା ସଂଘର୍ଷ ।












Click it and Unblock the Notifications