ଅଣାୟତ ହେଉଛି ମଣିପୁର ହିଂସା; ୧୦, ୮୦୦ ସୁରକ୍ଷାକର୍ମୀ ପଠାଇଲେ କେନ୍ଦ୍ର ସରକାର

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ହିଂସା ଥମିବାର ନାଁ ନେଉନାହିଁ। ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ର ସରକାର ଆଉ ୧୦,୮୦୦ ଜଣ ସୁରକ୍ଷାକର୍ମୀଙ୍କୁ ମିଆଁମାର ସୀମାକୁ ଲାଗିଥିବା ମଣିପୁର ପଠାଇଛନ୍ତି। ଏହାକୁ ମିଶାଇ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ କମ୍ପାନୀ ସଂଖ୍ୟା ୨୮୮ରେ ପହଞ୍ଚିଛି।

Manipur violence

ମଣିପୁରର ମୁଖ୍ୟ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ କହିଛନ୍ତି ଯେ ୨୦୨୩ ମେ' ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।

ଅଧିକାଂଶ କମ୍ପାନୀ ଇମ୍ଫାଲ ପହଞ୍ଚି ସାରିଲେଣି। ଆମେ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରୁଛୁ। ବିଶେଷ କରି ଉତ୍ତେଜନା ସୃଷ୍ଟି ହେଉଥିବା ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଉଛି। ସବୁ ଅଞ୍ଚଳରେ ଆମେ କିଛି ଦିନ ମଧ୍ୟରେ ପହଞ୍ଚି ଯିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+