ଆମ୍ବ ଟାକୁଆ ମୃତ୍ୟୁ ମାମଲା ; ଅନାହାର ନୁହେଁ ଏହିଥି ପାଇଁ ହୋଇଛି ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ
କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁର ୩ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଅନାହାରଜନିତ ନୁହେଁ ବରଂ ଫୁଡ୍ ପଏଜନିଂ ପାଇଁ ହୋଇଛି ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ।

ବିରୋଧୀ ଦଳ ପକ୍ଷରୁ ଅନାହାର ମୃତ୍ୟୁକୁ ନେଇ କରାଯାଉଥିବା ହଟ୍ଟଗୋଳ ଓ ଅଭିଯୋଗକୁ ଖଣ୍ଡନ କରି ଆଜି ବିଧାନସଭାରେ ଖାଦ୍ୟଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗାଁରେ ୩ଜଣ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ସରକାର କରିଛନ୍ତି । ଏହି ତଦନ୍ତରୁ ଜଣାପଡ଼ିଛି ଯେ ବାସି ଖାଦ୍ୟ ରଖିବାରୁ ତାହା ବିଷାକ୍ତ ହୋଇଯାଇଥିଲା ଯାହାକୁ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ସୁସ୍ଥ ହୋଇ ଘରକୁ ଫେରିଥିବା ଟୁନି ମାଝୀ ସ୍ପଷ୍ଟ କରିଛନ୍ତି ଯେ, ଭାତ ସହ ଆମ୍ବଟାକୁଆ ଜାଉ ଖାଇଥିଲେ । କିନ୍ତୁ ଜାଉ ୩-୪ଦିନର ବାସି ହୋଇଥିବାରୁ ତାହା ବିଷାକ୍ତ ହୋଇଯାଇଥିଲା । କେବଳ ସେତିକି ନୁହେଁ ଯେଉଁ ୩ଜଣ ମହିଳା ପ୍ରାଣ ହରାଇଛନ୍ତି ସେମାନେ ଖାଦ୍ୟାଭାବର ଶିକାର ହେବା ଖବର ମଧ୍ୟ ସତ ନୁହେଁ । କାରଣ ସମ୍ପୃକ୍ତ ମହିଳାମାନେ କିଏ ୧୧ଏକର ତ କିଏ ୧୪ଏକର ଜମିର ମାଲିକ । ଗତ ୨୦୨୩-୨୪ ଖରିଫବର୍ଷରେ ସେମାନେ ସରକାରଙ୍କୁ ଧାନ ମଧ୍ୟ ବିକ୍ରି କରିଛନ୍ତି । ତାଙ୍କ ପରିବାରରେ ଜଣେ ସଦସ୍ୟ ବିଏସଏଫରେ ମଧ୍ୟ ଚାକିରି କରିଛନ୍ତି । ତେଣୁ ଦାରିଦ୍ର୍ୟ ଯୋଗୁ ଅନାହାରରେ ପ୍ରାଣ ହରାଇବା ଘଟଣା ସତ ନୁହେଁ ।












Click it and Unblock the Notifications