ଆମ୍ବ ଟାକୁଆ ମୃତ୍ୟୁ ମାମଲା; RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗିବାଡ଼ି ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାର ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ହୋଇଥିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗାଁରେ ଆମ୍ବ ଟାକୁଆ ଜାଉ ଖାଇବା ପରେ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଅ ୨ଜଣଙ୍କ ମୃତ୍ୟୁ ସହ ୬ଜଣ ଅସୁସ୍ଥ ହୋଇଛନ୍ତି। ୬ ଅସୁସ୍ଥଙ୍କ ମଧ୍ୟରୁ ୨ଜଣ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ରହିଛନ୍ତି।

Mohan Charan Majhi

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡପଙ୍କା ଗାଁରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା ଘଟଣାର ତଦନ୍ତ ରାଜସ୍ୱ ଡିଭିଜନ କମିଶନର(ଆରଡିସି) କରିବେ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ଓ ଏସଓପି ଜାରି ହେବ। ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ମଧ୍ୟ ଆରଡିସି ଆବଶ୍ୟକ ମତାମତ ଦେବେ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+