ବ୍ରିଜ ଉପରେ ସ୍କୁଟି, ଚପଲ ଓ ମୋବାଇଲ ଫୋନ ରଖି ମହାନଦୀକୁ ଡେଇଁଲେ ଯୁବକ

ସମ୍ବଲପୁର : ମହାନଦୀକୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁରରେ ମହାନଦୀ ଚାଉଁରପୁର ବ୍ରିଜ ଉପରୁ ଜଣେ ଯୁବକ ନଦୀକୁ ଡେଇଁ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ଗୋବିନ୍ଦତୋଲା ଅଞ୍ଚଳର ବୋଲି ଜଣାପଡିଛି ।

ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ ମିଳିଥିବାରୁ ସେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ନିଖୋଜ ଯୁବକ ହେଲେ ସମୀରଣ ପ୍ରଧାନ । ତାଙ୍କ ଘର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପାଟୁଳିଢିପ ଗାଁରେ ବୋଲି ସୂଚନା ମିଳିଛି ।

MAHANADI

ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସମ୍ବଲପୁରରେ ଘର ଭଡା ନେଇ ରହୁଥିଲେ । ସମ୍ବଲପୁରରେ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି କରୁଥିଲେ । ଏପରି ସେ କାହ୍ନିକି କଲେ, ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନି ।

ହୀରାକୁଦର ଜଳଭଣ୍ଡାରର ୧୨ଟି ଗେଟ୍ ଖୋଲାଯାଇଥିବା ବେଳେ ପାଣି ସ୍ରୋତ ଅଧିକ ରହିଛି । ତେଣୁ ଖୋଜାଖୋଜି ସମ୍ଭବପର ହୋଇପାରୁନାହିଁ ତେବେ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+