ଘରେ ପଶି ମା' ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ

ଘରେ ପଶି ଆକ୍ରମଣ । ଗଞ୍ଜାମ ଦିଗପହଣ୍ଡିରେ ଘରେ ପଶି ମରଣାନ୍ତକ ଆକ୍ରମଣ। ଘରେ ପଶି ମାଆ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ। ତୁରୁବୁଡ଼ି ପଞ୍ଚାୟତ କାଣ୍ଡସ୍ଵର ଗାଁରେ ଅଭାବନୀୟ। ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଯୁବକ ପଡୋଶୀ ଗାଁର ବୋଲି ଜଣାପଡ଼ିଛି। ଆକ୍ରମଣର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

digapahandi

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତର କାଣ୍ଡସ୍ୱର ଗାଁରେ ଦୁଇ ଝିଅ ସହ ବିଧବା ମାଆ ରହୁଥିଲେ । କୌଣସି କାରଣରୁ ଜଣେ ଯୁବକ ତାଙ୍କ ଘରେ ପଶି ତିନି ଜଣଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ତିନି ଜଣ ଗୁରୁତର ହୋଇଛନ୍ତି । ଏହାପରେ ତୁରନ୍ତ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ପଡୋଶୀ ଗାଁର ବାଳକୃଷ୍ଣ ପାତ୍ର ବୋଲି ଜଣାପଡିଛି । ସେପଟେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ କରିଥିବା ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+