କାଲି ବିଜେଡି ଛାଡ଼ିଲେ ଆଜି ବିଜେପିରେ ଯୋଗଦେଲେ ମମତା ମହାନ୍ତ
କାଲି ବିଜେଡିରୁ ଇସ୍ତଫା ଦେଲେ ଆଜି ବିଜେପିରେ ଯୋଗଦେଲେ ମମତା ମହାନ୍ତ । ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍ ହୋଇଛନ୍ତି। ବିଜେପିର ବରିଷ୍ଠ ବିଜେପି ନେତା ଅରୁଣ ସିଂ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ମହାନ୍ତଙ୍କୁ ସ୍ୱାଗତ କରିଛନ୍ତି।

କୁଡୁମୀ ସମ୍ପ୍ରଦାୟର ଜଣେ ଜଣାଶୁଣା ଓ ଟାଣୁଆ ନେତ୍ରୀ ଭାବେ ବେଶ୍ ପରିଚିତ ଥିଲେ ମମତା ମହାନ୍ତ। ସେହି ଭୋଟ୍କୁ ହାତେଇବା ପାଇଁ ବିଜେଡି ତାଙ୍କୁ ଦଳରେ ସାମିଲ୍ କରିଥିଲା। ଆଉ ରାଜ୍ୟସଭା ପଠାଇ ଥିଲା। ହେଲେ ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା।
ଏଥିସହ ମୟୂରଭଞ୍ଜ ଜିଲ୍ଲାରେ ସବୁ ବିଧାନସଭା ଆସନରେ ବିଜେଡି ପରାଜିତ ହୋଇଥିଲା। ଚର୍ଚ୍ଚା ଅନୁସାରେ ପରାଜୟ ପରେ ରାଜ୍ୟସ୍ତରୀୟ ନେତାଙ୍କ ଟାର୍ଗେଟରେ ଥିଲେ ମମତା। ତେଣୁ ସେ ବିଜେଡି ଉପରେ ଅସନ୍ତୋଷ ଝାଡ଼ି ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏଥିସହ ବିଜେଡିରୁ ଇସ୍ତଫା ଦେଇଥିଲେ।












Click it and Unblock the Notifications