ମମିତା ମେହେର ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲାରେ ମମିତାଙ୍କ ପରିବାର ଲୋକ ପାଇବେ ୧୦ ଲକ୍ଷର ସହାୟତା ରାଶି । ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ନିଷ୍ପତ୍ତି ନେଇଥିବା ଜଣା ପଡିଛି । ସହାୟତା ରାଶି ଦେବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ଥିଲେ ମମିତା ମେହେର ।

ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିଲେ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଅଭିଯୁକ୍ତ ଗୋବିନ୍ଦ।
ମମିତା ମେହେର ହତ୍ୟା ମାମଲା: ଜେରା ବେଳେ ପୋଲିସ୍ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।
ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ପକାଯାଇଥିଲା । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଥିଲା ।












Click it and Unblock the Notifications