ଆଳୁ କୁ ନେଇ ମମତାଙ୍କ ରାଜନୀତି; ବର୍ଷିଲେ ଯୋଗାଣ ମନ୍ତ୍ରୀ, କହିଲେ ଉତ୍ତର ପ୍ରଦେଶର ଆସିଛି ଆଳୁ

ପଶ୍ଚିମବଙ୍ଗକୁ ଓଡ଼ିଶା ମାଗିବନି ଆଳୁ । ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ଆଳୁ ଗାଡିକୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ କିଛି ଏଭଳି ଡଙ୍ଗରେ ମମତା ସରକାର ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ, ଆମେ ମାଗିବୁ ନାହିଁ । ଆମେ ମାଗି ଖିଆ ନୁହେଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ତେବେ ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ଆଳୁ ଅଛି ।

Krishna Patra

ତେବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଜି କେବଳ ୩୦ ଟଙ୍କାରେ ଆଳୁ କିଣିଥିବା କଥା କହିଛନ୍ତି । ଏହାସହ ଉତ୍ତର ପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଏହାସହ ଭଡା ବାବଦକୁ ୪ ଟଙ୍କା ପଡୁଛି । ଅନ୍ୟପଟେ ରାଜ୍ୟରେ କେଉଁଠି ଚଢା ଦରରେ ଦୋକାନୀ ଆଳୁ ବିକ୍ରି କଲେ ଚଢ଼ାଉ କରାଯିବ । ସେପଟେ ରାଜ୍ୟରେ ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା ଚାଲିଛି । ୨୪ ବର୍ଷରେ ବିଜେଡି କିଛି କରିନି, ବାହାରୁ ଜଣେ ଅଫିସର ଆସିକି ରାଜୁତି କଲେ ବୋଲି କହିବା ସହ ପୂର୍ବ ସରକାର ଉପରେ ଦୋଷ ଲଦିଛନ୍ତି ଯୋଗାଣ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+