ରାଜ୍ୟସଭା ଟିକେଟ ପାଇବା ପରେ ପ୍ରତିକ୍ରିୟା ରଖିଲେ ମମତା, କହିଲେ ଟିକେଟ ପାଇଁ.....
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।। ନିକଟରେ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି। ତେବେ ପ୍ରାର୍ଥୀ ଘୋଷଣା ପରେ ମମତା ମହାନ୍ତ କହିଛନ୍ତି, ଟିକେଟ ଦେବା ପାଇଁ ପୂର୍ବରୁ କୌଣସି ପ୍ରତିଶ୍ରୁତି ମିଳି ନ ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭାଜପାରେ ମିଶିଛି।

ପୁଣି ରାଜ୍ୟ ସଭା ଟିକେଟ ଦେବାକୁ କେହି କମିଟମେଣ୍ଟ କରିନଥିଲେ। ଦଳ ମୋତେ ଯେତେବେଳେ ଯେଉଁ କାମ ଦେବ, ନିଷ୍ଠାପର ଭାବେ କରିବି। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ସଭାପତି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି। ସୂଚନାଯୋଗ୍ୟ, ମମତା ମହାନ୍ତ ୨୦୨୦ ମସିହାରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ତା'ପର ଦିନ ସେ ବିଜେପିରେ ମିଶିଥିଲେ।












Click it and Unblock the Notifications