ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେଲେ ମମତା ମହାନ୍ତ
ପୁଣି ରାଜ୍ୟସଭାକୁ ଗଲେ ମମତା ।ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ। ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଗତ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଧାନସଭାରେ ପହଞ୍ଚି ସାର୍ଟିଫିକେଟ ନେଇଛନ୍ତି ମମତା ମହାନ୍ତ। ନିକଟରେ ସେ ବିଜେଡି ଦଳରୁ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେବା ସହ ବିଜେପି ଦଳରେ ସାମିଲ ହୋଇଥିଲେ।
ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଥିଲେ ଟାଣୁଆ ନେତ୍ରୀ ମମତା। ଏହାପରେ ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ।












Click it and Unblock the Notifications