ଓଡ଼ିଶା ଆସିବେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିପାରନ୍ତି
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସୁଛନ୍ତି । ଏନେଇ କିଛି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ତେବେ ଏହି ଗସ୍ତ ସମୟରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ପାରନ୍ତି ।

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ଆସୁଛନ୍ତି । ଏନେଇ କିଛି ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ତେବେ ଏହି ଗସ୍ତ ସମୟରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟି ପାରନ୍ତି । ଏହି ସମୟରେ ମମତା ତୃତୀୟ ପ୍ରଣ୍ଟରେ ବିଜେଡ଼ିର ସହମତି ଲୋଡ଼ିପାରନ୍ତି ବୋଲି ମଧ୍ୟ ଦଳ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୨୧ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେହିଦିନ ସେ ରାଜଧାନୀରେ ରାତ୍ରୀ ଯାପନ କରିବେ । ପରଦିନ ସେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ । ସେହିପରି ଏ ପର୍ଯ୍ୟନ୍ତ ତାଙ୍କର
ଅନ୍ୟ କାର୍ଯ୍ୟକ୍ରମ ବିଷୟରେ କୌଣସି ଖବର ପ୍ରକାଶ ପାଇ ନାହିଁ । ମାର୍ଚ୍ଚ ୨୩ ତାରିଖରେ ସେ ପୁଣି କୋଲକତା ଫେରିଯିବେ ।
ତେବେ ଖାସ କଥା ହେଲା ଯେ ଏହି ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୨୩ରେ ନବୀନଙ୍କୁ ଭେଟିପାରନ୍ତି ମମତା । ୨୦୨୪ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳ ସହ ମେଣ୍ଟ କରିବାର ଯୋଜନା କରୁଛନ୍ତି ବୋଲି ଖବର ରହିଛି ।












Click it and Unblock the Notifications