ଓଡ଼ିଶାରେ ମମତା ବାନାର୍ଜୀ, ଗୁରୁବାର ନବୀନଙ୍କୁ ଭେଟିବେ ଦିଦି
ଓଡ଼ିଶାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଛନ୍ତି ମମତା ।

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଛନ୍ତି ମମତା । ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କୁ ସ୍ୱାଗତ କରିଥିଲେ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ ।
ତେବେ ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯାଇଛନ୍ତି । ଆଜି ଓ କାଲି ପୁରୀରେ ରହିବେ । ଆସନ୍ତାକାଲି ଅପରାହ୍ମରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ । ଏହାପରେ ୨୩ ତାରିଖ ଅର୍ଥାତ ଗୁରୁବାର ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟ ମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ ।
ତେବେ ମମତାଙ୍କ ପାଇଁ ପୁରୀରେ ନିର୍ମାଣ ନିବାସରେ ରାତ୍ରିଯାପନ କରିବାର ବ୍ୟବସ୍ଥା କରାଯାଇଛି । ପ୍ରୋଟୋକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ । ମୁଖ୍ୟମନ୍ତ୍ରୀ ମମତାଙ୍କ ଗସ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା କହିଛନ୍ତି ଏସ୍ପି ।












Click it and Unblock the Notifications