ପୁରୀରେ ମମତା ବାନାର୍ଜୀ:ଅପରାହ୍ଣରେ କରିବେ ଶ୍ରୀଜିଉଙ୍କ ଦର୍ଶନ

ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତିନି ଦିନିଆ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗର ମୁ୍ଖ୍ୟମନ୍ତ୍ରୀ ଗତକାଲି ରାତିରେ ପୁରୀ ନିର୍ମାଣ ନିବାଶରେ ରାତ୍ରୀ କାଟିଛନ୍ତି । ଆଜି ଅପରାହ୍ଣରେ କରିବେ ଶ୍ରୀଜିଉଙ୍କ ଦର୍ଶନ ।

mamata banerjee

ପୁରୀ: ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତିନି ଦିନିଆ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗର ମୁ୍ଖ୍ୟମନ୍ତ୍ରୀ ଗତକାଲି ରାତିରେ ପୁରୀ ନିର୍ମାଣ ନିବାଶରେ ରାତ୍ରୀ କାଟିଛନ୍ତି । ଆଜି ଅପରାହ୍ଣରେ କରିବେ ଶ୍ରୀଜିଉଙ୍କ ଦର୍ଶନ । ଜଗତମଙ୍ଗଳ ଉଦ୍ଦେଶ୍ୟରେ ତାଙ୍କ ନାମରେ ନୀଳଚକ୍ରରେ ଧ୍ୱଜାବନ୍ଧା ଯିବ । ସୂଚନା ଅନୁସାରେ, ଆଜି ପ୍ରାୟ ୨ ଘଣ୍ଟା ଶ୍ରୀମନ୍ଦିର ଭିତରେ ରହିବେ ମମତା ବନାର୍ଜୀ ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ରହଣି ଏବଂ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ପଶ୍ଚିମବଙ୍ଗର ମୁ୍ଖ୍ୟମନ୍ତ୍ରୀ । ତେବେ ଆଜି ମଧ୍ୟ ପୁରୀରେ ରହିବେ ମମତା ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସେହିପରି ପୁରୀରେ ହେବା ପାଇଁ ଥିବା ପଶ୍ଚିମବଙ୍ଗର ଅତିଥିଭବନ ପାଇଁ ସ୍ଥାନ ନିରୁପଣ ପାଇଁ ବଳିଆପଣ୍ତା ଗସ୍ତ କରିବେ ।

ଆସନ୍ତାକାଲି ଅର୍ଥାତ୍ ୨୩ ତାରିଖ, ଗୁରୁବାର ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟ ମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେହିଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ବାନାର୍ଜୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+