ଓଡ଼ିଶାକୁ ଆଳୁ ଛାଡ଼ିବାକୁ ମନା କରୁଛନ୍ତି ଦିଦି: ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍‌

ପଶ୍ଚିମଭାଗରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଥାଇ ବି ଓଡ଼ିଶାକୁ ଛାଡ଼ିବାକୁ ମନା କରୁଛନ୍ତି ଦିଦି । ନିଜ ରାଜ୍ୟର ଶୀତଳଭଣ୍ଡାରରେ ମହଜୁଦ ଥିବା ଆଳୁ ନଷ୍ଟ ହେବାକୁ ବସିଲାଣି, ହେଲେ ଓଡ଼ିଶା ସୀମାରେ ଅଟକାଇ ରଖିଛନ୍ତି ଶହ ଶହ ଆଳୁ ବୋଝେଇ ଟ୍ରକ୍‌।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ଅଜବ ନିଷ୍ପତ୍ତି ଯୋଗୁ ଖପ୍ପା ହୋଇଛନ୍ତି ତାଙ୍କ ରାଜ୍ୟର ବ୍ୟବସାୟୀ। ଏଥିଯୋଗୁ ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବାରୁ ଦେଇଛନ୍ତି ଧର୍ମଘଟ ଡାକରା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଳୁ କଟକଣା ଉପରେ ଖପ୍ପା ହୋଇଛନ୍ତି ଖୋଦ୍ ପଶ୍ଚିମବଙ୍ଗ ବ୍ୟବସାୟୀ । ପ୍ରତିବାଦରେ ଆସନ୍ତା ମଙ୍ଗଳବାରଠୁ ଧର୍ମଘଟ ଡାକରା ଦେଇଛନ୍ତି । ଶୀତଳ ଭଣ୍ଡାର ମାଲିକ ଏବଂ ହୋଲସେଲ ବ୍ୟବସାୟୀ ଓ ବିଭିନ୍ନ ସଂଗଠନର ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

mamata banarjee refuse

ସଂଘର ଅଭିଯୋଗ ଅନୁସାରେ, ପଶ୍ଚିମବଙ୍ଗରୁ ବାହାର ରାଜ୍ୟକୁ ଆଳୁ ପଠାଇବାକୁ ସରକାର ଅନୁମତି ଦେଉନାହାନ୍ତି । ଯାହାଫଳରେ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି । ଏବେ ଶୀତଳ ଭଣ୍ଡାରରେ ପ୍ରାୟ ୭ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଗଚ୍ଛିତ ଅଛି | ପଶ୍ଚିମବଙ୍ଗର ଆବଶ୍ୟକତା ହେଉଛି ୫ ଲକ୍ଷ ମେଟ୍ରିକ୍ ଟନ ।

ଶୀତଳଭଣ୍ଡାରରୁ ଗତ ୩୦ ତାରିଖ ମଧ୍ୟରେ ଆଳୁ କାଢିବାର ଥିଲା । ମାତ୍ର ଅନ୍ୟ ରାଜ୍ୟକୁ ଆଳୁ ଯାଉନଥିବାରୁ ତାହା କଢ଼ା ହୋଇ ପାରୁ ନ ଥିବା ବେଳେ ନଷ୍ଟ ହେବାର ଆଶଙ୍କା ରହିଛି । ଏଣୁ ଅବଶିଷ୍ଟ ଆଳୁ କ'ଣ ହେବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି । ତେବେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଫଳରେ ଓଡ଼ିଶାରେ ବି ଆଳୁ ସଂକଟ ଆହୁରି ବଢିପାରେ । ସାଧାରଣ ଲୋକ ସମସ୍ୟା ଭୋଗିପାରନ୍ତି ।

ତେବେ ଗତ ୩ ଦିନ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ଓଡ଼ିଶାରେ ଆଳୁ ଦର ବଢ଼ି ଚାଲିଥିବା ବେଳେ ହଇରାଣ ହେଉଛନ୍ତି ସାଧାରଣ ଖାଉଟି।

ଗତ ୩ ଦିନ ହେଲାଣି ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି । ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ ଦର ବି ଉପରମୁହାଁ ହେଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ।

ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସବୁ ନାକା ଯାଞ୍ଚ କରାଯାଉଥିବାବେଳେ ଶତାଧିକ ଆଳୁ ଭର୍ତ୍ତି ଟ୍ରକ୍ ବେଲଦା, ଦାନ୍ତୁନ, ସୋନାକୋଣିଆ ନାକାରେ ଅଟକି ରହିଛି। । ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ଯାହାର ସିଧା ପ୍ରଭାବ ପଡ଼ିଛି, ଆମ ରାଜ୍ୟର ହାଟ ବଜାରରେ। ଆଳୁ ଦର ଏବେ କେଜି ପ୍ରତି ପ୍ରାୟ ୫୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+