ସୋସିଆଲ ମିଡିଆରେ ଗ୍ରାଣ୍ତ ଏଣ୍ଟ୍ରି କଲେ ପ୍ରିୟଙ୍କାଙ୍କ ଝିଅ
Malti Marie Instagram Debut: ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଲତି ମ୍ୟାରୀ ପ୍ରିୟଙ୍କା ଚୋପ୍ରା ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଲାଇମଲାଇଟରେ ରହିଥାନ୍ତି । ନିକଟରେ ଅଭିନେତ୍ରୀ ତାଙ୍କ ଭାଇଙ୍କ ବିବାହ ପାଇଁ ଭାରତ ଆସିଥିଲେ। ପ୍ରିୟଙ୍କା ଜଣେ ବିଶ୍ୱସ୍ତରୀୟ ତାରକା ହେତୁ ପୁରା ସମସ୍ତଙ୍କ ନଜର ତାଙ୍କ ଉପରେ ରହିଥିଲା । ଯେବେଠୁ ସେ ନିକଙ୍କ ସହ ବିବାହ କଲେଣି ସେବେଠୁ ସେ ନିଜ ଘରକୁ ବେଶ ସୁନ୍ଦର ଭାବେ ଚଳାଉଛନ୍ତି । ସେ ନିଜ ଘର ଏବଂ ପରିବାର ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି ।

ପ୍ରିୟଙ୍କା ଚୋପ୍ରା ଚଳଚ୍ଚିତ୍ର ସୁଟିଂ ସମୟରେ ମଧ୍ୟ ତାଙ୍କ ଝିଅ ମାଲତି ନିଜଠାରୁ ଦୂରେଇ ରଖନ୍ତି ନାହିଁ ଏବଂ ଏହି ସମୟରେ ମଧ୍ୟ ତାଙ୍କର ଯତ୍ନ ନିଅନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କ ଝିଅ ମାଲତି ମେରିଙ୍କ ବିଷୟରେ ଏକ ନୂଆ ଅପଡେଟ୍ ରହିଛି । ମାଲତି ମ୍ୟାରି ଇନଷ୍ଟାଗ୍ରାମରେ ଏକ ଗ୍ରାଣ୍ଡ ଏଣ୍ଟ୍ରି କରିଛନ୍ତି ।
ତାଙ୍କ ମାଆ ପ୍ରିୟଙ୍କା ଚୋପ୍ରା ନିଜେ ଏନେଇ ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ତାଙ୍କର ଧିରେ ଧିରେ ଫଲୋର୍ସ ବଢିବାରେ ଲାଗିଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାଲତି ମ୍ୟାରୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରିୟଙ୍କା ତାଙ୍କୁ ପ୍ରଥମ ଥର ପାଇଁ ଟ୍ୟାଗ୍ କରିଛନ୍ତି। ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ ଝିଅଙ୍କୁ ଫଲୋ କରିଛନ୍ତି । ମାଲତି ଏହି ଆକାଉଣ୍ଟ୍ ବ୍ୟକ୍ତିଗତ ଏବଂ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ । ବର୍ତ୍ତମାନ ସେ ଲାଇମଲାଟରେ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମାଲଚି ମ୍ୟାରୀଙ୍କର 21 ଜଣ ଫଲୋର୍ସ ରହିଛନ୍ତି ଏବଂ ଏଥିରେ 19 ଟି ପୋଷ୍ଟ କରାଯାଇଛି ଏବଂ 20 ଜଣଙ୍କୁ ଫଲୋ କରାଯାଇଛି ।












Click it and Unblock the Notifications