SCB ରେ ଦୁଷ୍କର୍ମ ମାମଲା ; ଡାକ୍ତରଙ୍କୁ ଗିରଫ କଲା ପୋଲିସ

କଟକ ଏସ୍‌ସିବିରେ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି ।କଟକ ଏସ୍‌ସିବିକୁ ବିଶ୍ୱ ସ୍ତରୀୟ ମେଡିକାଲ୍‌ କରିବା ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ମେଡିକାଲ୍‌କୁ ଚିକିତ୍ସା ହେବାକୁ ଆସିଥିବା ୨ ଜଣ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ୍‌ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି।

SCB Medical

ଗତ ଶୁକ୍ରବାର ୨ ରୋଗୀ(ମହିଳା) ଏସ୍‌ସିବିର ହୃଦୟ ରୋଗ ବିଭାଗକୁ ଆସିଥିଲେ। ବିଶେଷଜ୍ଞ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଇକୋ କରିବା ପାଇଁ ସମ୍ପୃକ୍ତ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଦିନ ଇକୋ ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ। ଡାକ୍ତରଙ୍କ ପରାମର୍ଶରେ ଦୁଇ ମହିଳା ରବିବାର ମେଡ଼ିକାଲ୍‌ ଆସିଥିଲେ। ସେଦିନ ମେଡ଼ିକାଲ୍‌ ଛୁଟିଥିବା ସତ୍ତ୍ୱେ ଡାକ୍ତର ଦୁଇ ମହିଳା ରୋଗୀଙ୍କୁ ଇକୋ କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତଙ୍କ ଦୁଇ ସମ୍ପର୍କୀୟ (ଯେଉଁମାନେ ଏସ୍‌ସିବି ମେଡିକାଲ୍‌ରେ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରୀ ପାଠ ପଢ଼ୁଛନ୍ତି) ଏ ସମ୍ପର୍କରେ ଜାଣିପାରି ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଡାକ୍ତର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେହି ମେଡ଼ିକାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଡାକ୍ତରଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍‌ ମାମଲା ରୁଜୁ କରୁଛି।

ଦୁଇ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି। ଏଥିସହ ଦୁଇ ପୀଡ଼ିତାଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ, ଆସନ୍ତକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବ। ସେପଟେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର ଓ ଯୁଗ୍ମ DMET ରୋମା ରତନ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+