ବିଜେଡି-ବିଜେପିକୁ କଟାକ୍ଷ କରିଲେ ଖଡଗେ, କହିଲେ ମେଂଟ ପାଇଁ ଖୋଲା ଆଲୋଚନା କରୁଥିଲେ, ବର୍ତ୍ତମାନ.....
ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହି ସଭାରେ ଖଡ଼ଗେ ଉଭୟ ବିଜେପି ଏବଂ ବିଜେଡି ଉପରେ ବର୍ଷିଛନ୍ତି । ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାଶନ କଲେ ମଧ୍ୟ ଏଠାକାର ଲୋକଙ୍କ କିଛି ବି ବିକାଶ ହୋଇନି । ଅନ୍ୟପଟେ ସାମ୍ବାଦିକ ସମ୍ମିଳନି କରି ବେରୋଜଗାରୀ ଦୂର କରିବାକୁ ଉଭୟ ବିଜେପି ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି ।
ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି । ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ କେଉଁ ମୁହଁରେ ମାଗୁଛନ୍ତି । ଇଣ୍ଡିଆ ମେଣ୍ଟ ସରକାର ଗଣତନ୍ତ୍ରକୁ ବଞ୍ଚାଇବାକୁ ଲଢୁଛି । ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ।
ମୋଦି କହୁଛନ୍ତି ଅବକି ବାର୍ ୪୦୦ ପାର୍ । ହେଲେ ହେବ କେମିତି ତୁମେ ଆଣିବ କେଉଁଠୁ? ଏବେ ଲୋକେ ଏସବୁ ବୁଝିଗଲେଣି ବର୍ତ୍ତମାନ କଂଗ୍ରେସ ସରକାରକୁ ଆଣିବେ ବୋଲି ମନ ବାନ୍ଧିଲେଣି । ମୋଦିଙ୍କର ଗ୍ୟାରେଣ୍ଟି ଆଉ କିଛି କାମ କରିବନି । ୨୦୦ ରୁ ବି ଅଧିକ ସିଟ୍ ପାଇବନି ବିଜେପି ବୋଲି ଦୃଢତାର ସହ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସେ ଆହୁରି କହିଛନ୍ତି ଯେ କିଛିଦିନ ତଳେ ବିଜେପି ଓ ବିଜେଡି ମେଂଟ ପାଇଁ ଖୋଲା ଆଲୋଚନା କରୁଥିଲେ ।

ବର୍ତ୍ତମାନ ନିଜ ସ୍ୱାର୍ଥ ପାଇଁ ସେମାନେ ଭିତିରି ବୁଝାମଣାରେ ନିର୍ବାଚନ ଲଢ଼ୁଛନ୍ତି । କେବଳ ଲୋକ ଦେଖାଣିଆ ଭାବେ ନିର୍ବାଚନୀ ସଭାରେ ପରସ୍ପରକୁ ସମାଲୋଚନା କରୁଛନ୍ତି । ସେମାନଙ୍କ ଏହି ଅଘୋଷିତ ମେଂଟ ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି । ଏହି ମେଂଟ ପାଇଁ ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ିଛି । ଦରଦାମ କଥା ନ କହିବା ଭଲ ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ କୃଷି କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି । ରାଜ୍ୟର ସବୁଠାରୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ହୋଇପାରୁନି । ଚିଟଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ଲୋକମାନେ ଏହି ମେଂଟ ପାଇଁ ନ୍ୟାୟ ପାଇପାରୁନାହାନ୍ତି । ତେଣୁ ଓଡ଼ିଶାବାସୀ ଏହି ଅଘୋଷିତ ମେଂଟକୁ ଠିକ୍ ଭାବେ ଚିହ୍ନି ସାରିଲେଣି ।












Click it and Unblock the Notifications