ମାଲକାନଗିରି-ରାୟପୁର ବସ ଚଳାଚଳ ଉପରେ ରୋକ୍, କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ
ଛତିଶଗଡର ସଂକ୍ରମଣକୁ ନଜର ରଖି ମାଲକାନଗିରି-ରାୟପୁର ବସ ଚଳଚଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।
ମାଲକାନାଗିରି: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ଆଲଟ ହେଲେଣି ରାଜ୍ୟ ସରକାର । ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ତୀକ୍ଷଣ ନଜର ରଖାଯାଇଛି । ସେପଟେ କରୋନାର 2ୟ ଲହରୀ ପାଇଁ ଛତିଶଗଡ ରାଜଧାନୀ ରାୟପୁର ଲକଡାଉନ ଲାଗୁ ହୋଇଛି । ତେଣୁ ଛତିଶଗଡର ସଂକ୍ରମଣକୁ ନଜର ରଖି ମାଲକାନଗିରି-ରାୟପୁର ବସ ଚଳଚଳ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାନସ ।

ଆସନ୍ତାକାଲି ଠାରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ଜିଲ୍ଲାପାଳ ୱାଇ ବିଜୟ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଛତିଶଗଡରୁ ମାଲକାନଗିରି ଫେରୁଥିବା ଲୋକଙ୍କୁ ଆସନ୍ତାକାଲି ଠାରୁ ବାଧ୍ୟତାମୂଳକ ଭାବେ ସାତ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।












Click it and Unblock the Notifications