ମାଲକାନଗିରିରେ ଜଳବନ୍ଦୀ ସ୍ଥିତି:ବୁଡିଲା ପୋଟରୁ ଓ କାଙ୍ଗୁରକୋଣ୍ତା ପୋଲ

ମାଲକାନଗିରି:ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ଗାଁରେ ପାଣି ପଶିଯିବା ସହ, ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି ।

malkangiri

ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ପୋଟରୁ, ଏମଭି-୯୦, କାଙ୍କୋରକୋଣ୍ତା ପୋଲ ଉପରେ ପାଣି ଚାଲିବା ଆରମ୍ଭ ହୋଇଛି । ଫଳରେ ଯାତାୟାତ ଠପ୍ ହେବା ସହ ଉଭୟ ପଟେ ଯାନବାହନ ଅଟକି ରହିଛି । ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି, ପୋଲ ନିକଟରେ ଜଗି ରହିଛି ପୋଲିସ ।

ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡ଼ିକର ଜଳସ୍ତର ହଠାତ୍ ବୃଦ୍ଧି ପାଇବା କାରଣରୁ ନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ ବାଲିମେଳାକୁ ସଂଯୋଗ କରୁଥିବା ଏମଭି-୩୭ ପୋଲ ଉପରେ ୩ ଫୁଟ୍ ପାଣି ପ୍ରବାହିତ ହେଉଛି । ଏମଭି-୪୨ ଏବଂ ଏମଭି-୧୨ ଗାଁରେ ପାଣି ପଶିଯିବାରୁ ଏମଭି-୪୭, ପିଟାଗେଡା, ମାରିବେଡା, ପଞ୍ଚାୟତକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+