ଆଉ ଜଣେ ବୁଦ୍ଧିଆ: ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ିଲା ୬ ବର୍ଷର ବାଳକ
ସାମ୍ନାକୁ ଆସିଲେ ଆଉ ଜଣେ ବୁଦ୍ଧିଆ ସିଂ। ଠିକ୍ ବୁଦ୍ଧିଆଙ୍କ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍ । ତେବେ ଏହି ଆଥଲେଟ୍ ଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ବାଳକ ରୁଦ୍ର ସେଠି ।
ମାଲକାନଗିରି: ସାମ୍ନାକୁ ଆସିଲେ ଆଉ ଜଣେ ବୁଦ୍ଧିଆ ସିଂ। ଠିକ୍ ବୁଦ୍ଧିଆଙ୍କ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍ । ତେବେ ଏହି ଆଥଲେଟ୍ ଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ବାଳକ ରୁଦ୍ର ସେଠି ।

ଆଜି ମାଲ୍ୟାବନ୍ତ ମହୋତ୍ସବ ପାଇଁ ମାରାଥନରେ ମୁଖ୍ୟ ଆକର୍ଷଣ ପାଲିଟି ଥିଲା ରୁଦ୍ର। କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଡୁଥିବା ରୁଦ୍ର ସେଠୀ, ବିନା ବିଶ୍ରାମରେ ୧୭ କିଲୋମିଟର ଦୌଡ଼ି ଆଜି ସମସ୍ତଙ୍କୁ ବିସ୍ମିତ କରି ଦେଇଛନ୍ତି ।
ପ୍ରତ୍ୟେକ ଦିନ ୧୦ କିଲୋମିଟର ଦୌଡ଼ବାର ଅଭ୍ୟାସ ରଖିନ୍ତି ରୁଦ୍ର। ସେ ମାତ୍ର ୩ ବର୍ଷ ବୟସରୁ ଅଭ୍ୟାସ ଜାରି ରଖିଛନ୍ତି । ରୁଦ୍ର ଅଜାଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରନ୍ତି । ରୁଦ୍ରଙ୍କ ଏଭଳି ପ୍ରାକ୍ଟିସ କରାଇ ଜାତୀୟ ସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ରୁଦ୍ରର ଅଜା ଡି ରବୀନ୍ଦ୍ର। ରବୀନ୍ଦ୍ର ପୋଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ ।
ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି, ଏହି ମାରାଥନର ମୁଖ୍ୟ ଆକର୍ଷଣ ହେଉଛନ୍ତି ରୁଦ୍ର । ମାଲକାନଗିରିରୁ ଆଉ ଜଣେ ବୁଦ୍ଧିଆ ତିଆରି ହେବ ବୋଲି ଆଶା ଅଛି ।












Click it and Unblock the Notifications