ବଦଳିଲେ ମାଲକାନାଗିରି ଜିଲ୍ଲାପାଳ : ହତ୍ୟା ଘଟଣାରେ ପୁଲିସ ରୁଜୁ କରିଥିଲା ମାମଲା
ବଦଳିଲେ ମାଲକାନାଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ
ଭୁବନେଶ୍ୱର : ବଦଳିଲେ ମାଲକାନାଗିରିର ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ । ଗତକାଲି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ପୁଲିସ ମନୀଷଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା । ମାଲକାନାଗିରି ଏସଡିଜେଏମ୍ ଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ ଜିଲ୍ଲାପାଳ ମନୀଷଙ୍କ ସମେତ 4 ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା । ଅପରପକ୍ଷରେ ମନୀଷଙ୍କ ବଦଳରେ ଓ୍ୱାଇ.ବିଜୟ ମାଲକାନାଗିରିର ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି ।

ଏଠାରେ ସୂଚନାଥାଉକି, ଗତ 28 ତାରିଖରେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା । କୌଣସି ପାରିବାରିକ କାରଣ ନଥିବା ବେଳେ କାର୍ଯ୍ୟାଳୟର ଚାପରେ ସେ ଏପରି ଆତ୍ମହତ୍ୟା ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ମୃତ୍ୟୁ ଘଟଣାକୁ ନେଇ ଦେବନାରାୟଣଙ୍କ ପରିବାର କୋର୍ଟକୁ ଯାଇଥିଲେ । ଯାହା ଉପରେ କୋର୍ଟ ପୁଲିସକୁ ଏହି ଘଟଣାରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications