ମୟୂରଭଞ୍ଜରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ୍
Odisha News: ମୟୂରଭଞ୍ଜ ବାଙ୍ଗିରିପୋଷିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ୍ ହୋଇଛି । ବାରିପଦାରୁ ବାଙ୍ଗିରିପୋଷି ଷ୍ଟେସନକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ଟ୍ରେନରେ ମେଟାଲ ବୋଝେଇ ରହିଥିଲା, ଟ୍ରାକରୁ ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି ।ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନାହିଁ ।

ସୂଚନା ଅନୁସାରେ, ଟ୍ରେନରେ ୪୦ରୁ ଅଧିକ ବଗି ରହିଛି ଯେଉଁଥିରୁ ଗୋଟିଏ ବଗି ଲାଇନ୍ ଚ୍ୟୁତ ହୋଇଛି ।ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ । ଏହି ଦୁର୍ଘଟଣା ଯୋଗୁଁ ଷ୍ଟେସନକୁ ଆସିବାକୁ ଥିବା ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ବାତିଲ କରାଯାଇଛି । ଖଡ଼ଗପୁର ରେଳ ଡିଭିଜନକୁ ବାଙ୍ଗିରିପୋଷି ରେଳ ଷ୍ଟେସନ୍ ପକ୍ଷରୁ ଘଟଣା ନେ଼ଇ ସୂଚନା ଦିଆଯାଇଛି। ରେଳ ବିଭାଗର ଟେକ୍ନିକାଲ ଟିମ୍ ଖୁବ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ନେଇ ସୂଚନା ରହିଛି ।












Click it and Unblock the Notifications