'ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର'
ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ । ଜମିଜମା ସମସ୍ୟାର ସମାଧାନ ଅଫିସ୍ ହେଉଛି ତହସିଲ୍ । ତହସିଲ୍ସ୍ତରରେ ସମାଧାନ ହୋଇ ନ ପାରିବାରୁ ଅଦାଲତରେ ମାମଲା ବଢ଼ୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା, ତେବେ କେହି ଭୁବନେଶ୍ୱର ଆସୁନଥାନ୍ତେ । ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ । " ଆଜି ଲୋକସେବା ଭବନରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରାଜସ୍ୱ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଲୋକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଅ । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର । ମ୍ୟାଚ୍ ନୁହେଁ, ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର ।
51 ଟି ବିଭାଗର ମେରୁଦଣ୍ଡ ରାଜସ୍ୱ ବିଭାଗ । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । କୌଣସି ତହସିଲରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ । ଏବେବି ଜମି ଡିମାର୍କେସନ ପାଇଁ ମୋ ପାଖକୁ ମାଲକାନଗିରିରୁ ଲୋକ ଆସୁଛନ୍ତି । ଏବେ ସେବା ଆରମ୍ଭ ହେଲାଣି । ଯେବେ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ୱ ସେବା ଠିକ୍ ଭାବେ ଚାଲିଛି ।"












Click it and Unblock the Notifications