Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍

ରାତି ପହିଲେ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ । ଭୁବନେଶ୍ୱର ଜନତା ମୈଦାନ ଅନୁଷ୍ଠିତ ହେବ ଏହି ମେଗା ଇଭେଣ୍ଟ । କୋଭିଡ କାରଣରୁ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି ମେଗା କାର୍ଯ୍ୟକ୍ରମ ପୁଣି ଚଳିତ ବର୍ଷ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ

ଭୁବନେଶ୍ୱର: ରାତି ପାହିଲେ ଆରମ୍ଭ ହେବ 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭ୍ । ଭୁବନେଶ୍ୱର ଜନତା ମୈଦାନ ଅନୁଷ୍ଠିତ ହେବ ଏହି ମେଗା ଇଭେଣ୍ଟ । କୋଭିଡ କାରଣରୁ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି ମେଗା କାର୍ଯ୍ୟକ୍ରମ ପୁଣି ଚଳିତ ବର୍ଷ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍‍ ଇନ୍‍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି ।

Make in Odisha Conclave 2022

ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କାଲିଠାରୁ ଅତିଥିଙ୍କ ଆଗମନ ଆରମ୍ଭ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ । ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେବେ ଭାଗ ନେବାକୁ ପ୍ରାୟ ୧୧ ହଜାର ୬ ଶହ ପଞ୍ଜିକରଣ ହୋଇଛି । ସରକାରଙ୍କ ୨୨ ଟି ବିଭାଗର ସହଯୋଗରେ ମେକ ଇନ ଓଡ଼ିଶା ମହାକୁମ୍ଭର ଆୟୋଜନ କରାଯାଇଛି । ଏଥିରେ ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଏଲ୍. ଏନ୍. ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସସ ଲିମିଟେଡ଼ ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ୍ ସାଜନ ଜିନ୍ଦଲ, ଜେଏସପିଏଲ୍ ଚେୟାରମ୍ୟାନ ନବୀନ ଜିନ୍ଦଲ, ଟାଟା ଷ୍ଟିଲ୍ ସିଇଓ ତଥା ଏମ୍ଡି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ।

୨ ତାରିଖରେ ସ୍କିଲଡ୍‍ ଇନ୍‍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍‍ ସେସନ୍‍ ମଧ୍ୟ ଆୟୋଜିତ ହେବ । ୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍‍ ବସିବ । ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍ କୋର୍ଟର ମଜା ମଧ୍ୟ ନେଇପାରିବେ।

ଉଲ୍ଲେଖଥାଉ କି, ମେକ ଇନ୍ ଓଡିସାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଏବଂ ହାଇଦ୍ରବାଦରେ ନିବେଶକ ସମ୍ମିଳନୀ ବା ଓଡିଶା ଇନଭେଷ୍ଟର୍ସ ମିଟ ରେ ଯୋଗ ଦେଇଥିଲେ । ସେଠାରେ ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ଉପରୋକ୍ତ ବୈଠକରେ ୨୫୦୦ ସମ୍ଭାବ୍ୟ ନିବେଶକ ଯୋଗ ଦେଇଥିଲେ । ଏଥିସହ ୨୬୪ ୱାନ୍‍ ଟୁ ୱାନ୍‍ ବୈଠକ ଅନୁଷ୍ଠିତ ହୋଇ ନିବେଶକ ମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।

ସୂଚନାଥାଉ କି, ୨୦୧୬ରେ ଅନୁଷ୍ଠିତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨,୨୯,୯୪୭ କୋଟି ଟଙ୍କାର ୫୮ଟି ପ୍ରସ୍ତାବ ପାରିତ ହୋଇଥିଲା । ଯେଉଁଥିରେ ୧,୦୪,୭୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ରେ ୪,୨୩,୧୧୫ କୋଟି ଟଙ୍କାର ୨୦୨ଟି ପୁଞ୍ଜନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ୧୦୮ଟି ପ୍ରସ୍ତାବ (୫୩%) ମଞ୍ଜୁରୀ ପାଇଛି। ଫଳରେ ୩,୯୩,୫୯୭ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୨,୭୬,୭୯୦ ଜଣ ନିଯୁକ୍ତି ପାଇବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+