ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜିଠୁ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ । ଭୁବନେଶ୍ୱର ଜନତା ମୈଦାନ ଅନୁଷ୍ଠିତ ହେବ ଏହି ମେଗା ଇଭେଣ୍ଟ । କୋଭିଡ କାରଣରୁ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି ମେଗା କାର୍ଯ୍ୟକ୍ରମ ପୁଣି ଚଳିତ ବର୍ଷ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ
ଭୁବନେଶ୍ୱର: ଆଜିଠୁ 'ମେକ୍ ଇନ୍ ଓଡ଼ିଶା' କନକ୍ଲେଭ୍ । ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବା ପାଇଁ ଯାଉଛି ଏହି ମେଗା ଇଭେଣ୍ଟ । କୋଭିଡ କାରଣରୁ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଏହି ମେଗା କାର୍ଯ୍ୟକ୍ରମ ପୁଣି ଚଳିତ ବର୍ଷ ସଫଳତାର ସହ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୨୦୧୬ ଏବଂ ୨୦୧୮ ପରେ ଆୟୋଜିତ ହେଉଥିବା ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶା ନୂଆ ଇତିହାସ ରଚିବା ଅପେକ୍ଷାରେ ଅଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ ।

ତେବେ ଭାଗ ନେବାକୁ ପ୍ରାୟ ୧୧ ହଜାର ୬ ଶହ ପଞ୍ଜିକରଣ ହୋଇଛି । ସରକାରଙ୍କ ୨୨ ଟି ବିଭାଗର ସହଯୋଗରେ ମେକ ଇନ ଓଡ଼ିଶା ମହାକୁମ୍ଭର ଆୟୋଜନ କରାଯାଇଛି । ଏଥିରେ ଆର୍ସେଲର୍ ମିତ୍ତଲର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଏଲ୍. ଏନ୍. ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସସ ଲିମିଟେଡ଼ ଚେୟାରମ୍ୟାନ ଅନିଲ ଅଗ୍ରୱାଲ, ଜେଏସଡବ୍ଲୁ ଗ୍ରୁପ୍ ଚେୟାରମ୍ୟାନ୍ ସାଜନ ଜିନ୍ଦଲ, ଜେଏସପିଏଲ୍ ଚେୟାରମ୍ୟାନ ନବୀନ ଜିନ୍ଦଲ, ଟାଟା ଷ୍ଟିଲ୍ ସିଇଓ ତଥା ଏମଡି ଟି ଭି ନରେନ୍ଦ୍ରନ୍ ପ୍ରମୁଖ ଯୋଗ ଦେବେ । ଏହା ବ୍ୟତୀତ ଜାପାନ, ନରୱେ ଏବଂ ଜର୍ମାନୀର ସହଭାଗୀ ଦେଶଗୁଡିକର ପ୍ରତିନିଧୀମାନେ ମଧ୍ୟ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ। ୨ ତାରିଖରେ ସ୍କିଲଡ୍ ଇନ୍ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ସହିତ ଧାତୁ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଥିବା ସମ୍ଭାବନାକୁ ନେଇ ଆଲୋଚନା କରାଯିବ। ଏହି ଦିନ ୧୦ଟି ସେକ୍ଟୋରାଲ୍ ସେସନ୍ ମଧ୍ୟ ଆୟୋଜିତ ହେବ । ୩ ତାରିଖ ଦିନ ମହିଳା ଶସକ୍ତିକରଣ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍କୁଲ ରୂପାନ୍ତରଣକୁ ନେଇ ଆଲୋଚନା ସହିତ ଭେଲିଡିଟାରୀ ସେସନ୍ ବସିବ । ୪ର୍ଥ ତଥା ଅନ୍ତିମ ଦିବସରେ ଜନସାଧାରଣଙ୍କୁ ପ୍ରଦର୍ଶନୀ ବୁଲିବାର ସୁଯୋଗ ମିଳିବ। ଏହି ଦିନ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ୍ କୋର୍ଟର ମଜା ମଧ୍ୟ ନେଇପାରିବେ।












Click it and Unblock the Notifications