For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶାରେ ୬୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ୍

ଓଡ଼ିଶାରେ ୬୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ୍

|

ଭୁବେନେଶ୍ୱର: ମେକଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଅଦାନୀ ଗ୍ରୁପର ବଡ଼ ଘୋଷଣା । ଓଡ଼ିଶାରେ ୬୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ୍ । ଆଗାମୀ ୧୦ ବର୍ଷରେ ହେବ ୬୦ ହଜାର କୋଟିର ପୁଞ୍ଜି ନେବେଶ । ମେକ୍ ଅନ୍ ଓଡ଼ିଶା ସମ୍ମିଳନୀରେ ଅଦାନୀ ପୋର୍ଟସ୍ ଆଣ୍ତ ଏସଇଜେଡ ସିଇଓ କରନ ଅଦାନୀ ଏନେଇ ବଡ଼ ଘୋଷଣା କରିଛନ୍ତି । ପ୍ରତିଷ୍ଠା ହେବ ୪ ମିଲିଅନ୍ ଟନ୍ କ୍ଷମତାର ଆଲୁମିନା ରିଫାଇନାରୀ ଏବଂ ୩୦ ମିଲିୟନ ଟନର ଲୁହା ପଥର ପ୍ରକଳ୍ପ ମଧ୍ୟ ସ୍ଥାପନ କରାଯିବ । ଏହାସହ ସୃଷ୍ଟି ହେବେ ନୂଆ ନିଯୁକ୍ତି ସୁଯୋଗ ।

Make in Odisha Conclave 2022

ସେହିପରି ମେକ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ JSW ମଧ୍ୟ ଏକ ବଡ ଘୋଷଣା କରିଛି । ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW । ଷ୍ଟିଲ୍ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ । ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ JSW ଅଧ୍ୟକ୍ଷ ସଜ୍ୱନ ଜିନ୍ଦଲ ଏ ନେଇ ଘୋଷଣା କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କଂପାନୀ । ସେଥିରୁ ୩୦ ହଜାର କୋଟି ନିବେଶ ହୋଇସାରିଥିବା ନେଇ ସୂଚନା ରହିଛି ।

JSW ଅଧ୍ୟକ୍ଷ ସଜ୍ୱନ ଜିନ୍ଦଲ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି, ଓଡ଼ିଶାରେ ସରକାର ସ୍ଥିର ଅଛି । ଏଠି ବଡ଼ ବଡ଼ ଶିଳ୍ପର ଆଗମନ ଛୋଟ ଛୋଟ ଶିଳ୍ପକୁ ପ୍ରୋତ୍ସାହନ ଦେବ । ସେହିପରି କୋଭିଡ୍ ସମୟରେ ପୁରା ଦେଶର ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଥିବାରୁ ଓଡ଼ିଶା ସରକାରଙ୍କ ପ୍ରଶଂସା କରିଛନ୍ତି ନବୀନ ଜିନ୍ଦଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନୁଗୁଳରେ ଏକ ମଲ୍ଟି ସ୍ପେଶାଲିଟି ଡାକ୍ତରଖାନା ନିର୍ମାଣ କରିବା ପାଇଁ ଯୋଜନା କରାଯାଉଛି । ଓଡ଼ିଶା ସହ ଟାଟାର ସମ୍ପର୍କ ଖୁବ ପୁରୁଣା ବୋଲି କହିଛନ୍ତି ଟାଟା ଷ୍ଟିଲ ଏମଡି ପିଭି ନରେନ୍ଦ୍ରନ୍ । ସେ ଓଡ଼ିଶାରେ ୭୫ ହଜାର କୋଟି ଟଙ୍କା ନିବେଶ କରିଛନ୍ତି । ନିବେଶ ପାଇଁ ଓଡ଼ିଶା ଅନୁକୂଳ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଏଥର ସମ୍ମିଳନୀକୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରସାଧନ, ଖାଦ୍ୟ ପ୍ରକ୍ରିୟାକରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ବିତ୍ତିୟ ବୈଷୟିକ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ନିର୍ମାଣ ଶିଳ୍ପ ଆଦି କ୍ଷେତ୍ରରେୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ସୂଚନା ଦେବେ। ଶିଳ୍ପକୁ ପ୍ରେତ୍ସାହନ ଦେବା ଲାଗି ମୁଖ୍ୟମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ । ଏଥିପାଇର୍ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Make in Odisha Conclave 2022 News in Odia: Adani group will be investing 60 Thousand crore in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X