ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨: ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଗୁରୁତ୍ୱ
ଭାରତ ସର୍ବବୃହତ ପୁଞ୍ଜିନିବେଶ ସମ୍ମିଳନୀ ମଧ୍ୟରୁ ଅନ୍ୟତମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ର ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜି ନିବେଶ ନିମନ୍ତେ ନିବେଶକମାନଙ୍କ ପାଇଁ ଏକ ଅଧିବେଶନ ଆୟୋଜିତ ହେବ ।
ଭୁବନେଶ୍ୱର: ଭାରତ ସର୍ବବୃହତ ପୁଞ୍ଜିନିବେଶ ସମ୍ମିଳନୀ ମଧ୍ୟରୁ ଅନ୍ୟତମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ର ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଞ୍ଜି ନିବେଶ ନିମନ୍ତେ ନିବେଶକମାନଙ୍କ ପାଇଁ ଏକ ଅଧିବେଶନ ଆୟୋଜିତ ହେବ । ଏହି ଅଧିବେଶନରେ ପୁଞ୍ଜି ନିବେଶକମାନଙ୍କ ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରିଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଓ ମେଡିକାଲ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।

ଓଡ଼ିଶା ସରକାର ସମସ୍ତ ରାଜ୍ୟବାସୀଙ୍କ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସହିତ ସାମଗ୍ରୀକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସମେତ ମାଧ୍ୟମିକ ଓ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟସେବା ସହ ସମ୍ବନ୍ଧିତ ସମସ୍ତ ନିରନ୍ତର ସେବା ଯୋଗଇଦେବା ଏବଂ ଏଥିନିମନ୍ତେ ରାଜ୍ୟବାସୀ ଯେଭଳି କୌଣସି ଆର୍ଥିକ ସମସ୍ୟାର ସମ୍ମୁଖିନ ନହୁଅନ୍ତି ତାହା ସୁନିଶ୍ଚିତ କରିବା ସହିତ ନିରାପଦ, ପ୍ରଭାବକାରୀ, ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ଅତ୍ୟାବଶ୍ୟକ ଔଷଧ ଓ ନିଦାନ ସେବା ପ୍ରଦାନ ନିମନ୍ତେ ସଂକଳ୍ପବଦ୍ଧ । ପ୍ରଭାବଶାଳୀ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି କାରଣରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ରାଜ୍ୟ ବଜେଟରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଥିକ ବ୍ୟୟ ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ନିୟମ ପ୍ରସ୍ତୁତ କରାଯାଇଛି । ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି । ସମଗ୍ର ଦେଶରେ ଶିଶୁମୃତ୍ୟୁ ରୋକିବା ଦିଗରେ ଓଡ଼ିଶା ଏକ ବୃହତ ଲମ୍ଫ ମାରିଛି । ୨୦୦୫ ରେ ରାଜ୍ୟରେ ଶିଶୁମୃତ୍ୟୁ ହାର ୭୫ ଥିବାବେଳେ ୨୦୨୦ (ସାମ୍ପଲ ରେଜିଷ୍ଟ୍ରେସନ ସର୍ଭେ)ରେ ଏହି ହାର ୩୬ରେ ପହଞ୍ଚିଛି । ଦେଶର ସମ୍ପୂର୍ଣ୍ଣ ଟୀକା କରଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ଓଡ଼ିଶାର ହାର ହେଊଛି ୯୦.୫% (ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫) । ସେହିଭଳି ମ୍ୟାଲେରିଆ ନିରାକରଣ ନିମନ୍ତେ ଓଡ଼ିଶାର ଦମନ (ଦୁର୍ଗମ ଅଚଞ୍ଳରେ ମ୍ୟାଲେରିଆ ନିରାକରଣ) ଯୋଜନାରେ ମ୍ୟାଲେରିଆ ହାରରେ ୯୪% ହ୍ରାସ ଭଳି ସଫଳତା ଆର୍ନ୍ତଜାତୀୟ ସ୍ତରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।
ରାଜ୍ୟରେ ମୋଟ ପ୍ରଜନନ ହାର ୧.୮%କୁ ହ୍ରାସ ପାଇଛି ଏବଂ ଜନସଂଖ୍ୟା ସ୍ଥିରିକରଣ ନିମନ୍ତେ ଧାର୍ଯ୍ୟ ଏସ୍ଡିଜି ଲକ୍ଷ୍ୟ ମଧ୍ୟ ପୂରଣ କରିଛି । ଜାତୀୟ ସ୍ତରରେ ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି । ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ୭ଟି ନୂଆ ମେଡିକାଲ କଲେଜ ଓ ୨ଟି ନୂଆ ସ୍ନାତୋକତର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଛି ଏବଂ ଆହୁରି ୪ଟି ମେଡିକାଲ କଲେଜ୍ ଓ ହସ୍ପିଟାଲ ନିର୍ମାଣର କାର୍ଯ୍ୟ ଚାଲୁ ରହିଛି ।
ରାଜ୍ୟବାସୀଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ ସୁନିଶ୍ଚିତ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଯ୍ୟ କରୁଛି । ଏହି ଯୋଜନାରେ ମୁଖ୍ୟତଃ ଆର୍ଥକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକ ଏବଂ ମହିଳାମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଯୋଜନାରେ ୯୬.୫ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଛି ଓ ବିଭିନ୍ନ ପଞ୍ଜିକୃତ ଘରୋଇ ଡାକ୍ତରଖାନାଗୁଡିକରେ ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ଘରର ମହିଳା ସଦସ୍ୟମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ (କ୍ୟାସ୍ ଲେସ୍) ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରାଯାଉଛି । ହୀତାଧିକାରୀମାନେ ରାଜ୍ୟ ଭିତରେ ଓ ଦେଶର ୧୭ଟି ରାଜ୍ୟରେ ଥିବା ୫୦୦ଟି ପଞ୍ଜିକୃତ ଘରୋଇ ଡାକ୍ତରଖାନାରେ ଏହି ସ୍ୱାସ୍ଥ୍ୟ ସେବା ସୁବିଧା ଦ୍ୱାରା ଉପକୃତ ହେଉଛନ୍ତି । ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଔଷଧ ପ୍ରଦାନ, ନିଦାନ, ଡାୟାଲିସିସ୍, ରକ୍ତ, କର୍କଟ ଚିକିତ୍ସା ସେବା ଓ ଯତ୍ନ, ଚକ୍ଷୁ ଯତ୍ନ ଓ ଆମ୍ବୁଲାନ୍ସ ସେବା ଆଦି ନିମନ୍ତେ ରାଜ୍ୟ ସରକାରଙ୍କର ଅନେକ ଯୋଜନା ବିଏସ୍କେୱାଇ ଅଧୀନରେ କାର୍ଯ୍ୟକରୁଛି । ତେଣୁ ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଏହି ସ୍ୱାସ୍ଥ୍ୟସେବା ଗୁଡିକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସରକାରଙ୍କ ସହଭାଗୀତାରେ ନିବେଶକମାନଙ୍କ ନିକଟରେ ପୁଞ୍ଜିନିବେଶ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି ।
ନାରାୟଣ ହୃଦୟାଳୟ, ଏଲ.ଭି.ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟ୍, କେଆର ହସ୍ପିଟାଲ, ଜିଗିତ୍ସା ହେଲ୍ଥ କେଆର ଲି., ଗ୍ଲୋକାଲ ହେଲ୍ଥ କେୟାର, ଟାଟା ଟ୍ରଷ୍ଟ, ସିଡିଏସି ଇତ୍ୟାଦି ଅନୁଷ୍ଠାନ ସହିତ ସଫଳ ସହଭାଗୀତା ଫଳରେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମିଳୁଥିବା ସ୍ପେସାଲାଇଜ୍ଡ ସ୍ୱାସ୍ଥ୍ୟ ସେବାର ସୁଫଳକୁ ବିଚାର କରି ରାଜ୍ୟ ସରକାର ରାଜ୍ୟବାସୀଙ୍କର ଅନେକ 'ଅନମେଟ୍ ନିଡ୍' ପୂରଣ ନିମନ୍ତେ ଘରୋଇ ସଂସ୍ଥାଗୁଡିକ ସହଭାଗୀତାରେ କାର୍ଯ୍ୟ କରିବା ପାଇଁ ଆଗ୍ରହୀ । ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଓ ବାଗ୍ଚୀ କରୁଣାଶ୍ରୟ ପାଲିଏଟିଭ କେଆର କେନ୍ଦ୍ର ରାଜ୍ୟରେ କର୍କଟ ସେବା ଯତ୍ନ ଦିଗରେ ନୂଆ ଆଶା ସଂଚାର କରିଛି । ଏହି କନ୍କ୍ଲେଭ୍ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଗୁରୁତ୍ୱ ଆରୋପ କରାଯାଉଥିବା ନୂତନ ସୁଯୋଗଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି ।
ଅନୁଗୁଳ, ବଡବିଲ, ଭଦ୍ରକ ଓ ଝାରସୁଗୁଡାରେ ସରକାରୀ ଘରୋଇ ସହଭାଗୀତାରେ (ପିପିପି ମୋଡରେ) ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନ । ଝାରସୁଗୁଡା ଠାରେ କାର୍ଡିଆକ୍ କେଆର ହସ୍ପିଟାଲ । ଝାରସୁଗୁଡା ଠାରେ କ୍ୟାନ୍ସର କେଆର ହସ୍ପିଟାଲ । ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଯୋଜନା । ସରକାରୀ ଡାକ୍ତରଖାନାଗୁଡିକରେ ସରକାରୀ ଘରୋଇ ସହଭାଗୀତାରେ (ପିପିପି ମୋଡ୍ରେ) ନିଦାନ ଓ ଚିକିତ୍ସା ସୁବିଧା ପ୍ରଦାନ । ଏହି ୫ ଦିନିଆ କାର୍ଯ୍ୟକ୍ରମଟି ଆସନ୍ତା ରବିବାର, ଡିସେମ୍ବର ୪ ତାରିଖ ଦିନ ଉଦଯାପିତ ହେବ । ଏହି ଅବସରରେ ବଡଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ କନ୍କ୍ଳେଭ୍କୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରି ଦିଆଯିବ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications