ନିବେଶ ପାଇଁ ରୋଡ୍ ସୋ' କରିବେ ମୁଖ୍ୟମନ୍ତ୍ରୀ ,ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକଇନ୍ ଓଡ଼ିଶା
Make in Odisha Conclave 2022 : Investment Roadshow To Showcase New Business Opportunities In Odisha .ନିବେଶ ପାଇଁ ରୋଡ ସୋ 'କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ନିବେଶ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ କରିବେ ରୋଡ୍ ସୋ' । ବିଭିନ୍ନ ରାଜ୍ୟର ରାଜଧାନୀକୁ ଗସ୍ତ କରିବ ଓଡ଼ିଶା ଟିମ୍ । ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ,ଶିଳ୍ପ ସଚିବ ଯିବେ । ଚିଳିତ ବର୍ଷ ଭୁବେନେଶ୍ୱରରେ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜାରି ରହିବ ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ତେବେ ୨୦୧୬ରେ ଆରମ୍ଭ ହୋଇଥିଲା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ସେହିପରି ଏହି କାର୍ଯ୍ୟକ୍ରମ ୨୦୧୮ରେ ମଧ୍ୟ ହୋଇଥିଲା ହେଲେ ୨୦୨୦ରେ କରୋନା ପାଇଁ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହୋଇପାରିନଥିଲା । ହେଲେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରାଜ୍ୟକୁ ଅଧିକ ନିବେଶ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ରୋଡ ସୋ' ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ତେବେ ବିଭିନ୍ନ ରାଜ୍ୟର ରାଜଧାନୀରେ ରୋଡ ସୋ' ଅନୁଷ୍ଠିତ ହେବ । ଚାମ୍ବର୍ସ ଅଫ କମର୍ସ ସହ ଆଲୋଚନା କରାଯିବ । ବିଭିନ୍ନ ଶିଳ୍ପପତିଙ୍କ ସହ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆଲୋଚନା କରାଯିବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସବୁ ସୁବିଧା ଯୋଗାଇବେ ସେ ବିଷୟରେ ମଧ୍ୟ ଅବଗତ କରାଯିବ ।












Click it and Unblock the Notifications