ବାବା ହଟକେଶ୍ୱରଙ୍କ ପୀଠରେ ଜମୁଛି ମକର ମେଳା: ଗୁଆ ଖୋଜିଲେ କଟିବ ବନ୍ଧ୍ୟାଦୋଷ
ବାବା ହଟକେଶ୍ୱରଙ୍କ ପୀଠରେ ଜମୁଛି ମକର ମେଳା: ଗୁଆ ଖୋଜିଲେ କଟିବ ବନ୍ଧ୍ୟାଦୋଷ ।
ଖୋର୍ଦ୍ଧା: ପବିତ୍ର ମକର ସଂକ୍ରାନ୍ତିରେ ହଟକେଶ୍ୱର ପୀଠରେ ମକର ମେଳା ଜାକଜମକରେ ପାଳନ ହେଉଛି। ଖୋର୍ଦ୍ଧା ଜିଲ୍ଲା ସ୍ଥିତ ବାଘମାରି ପଞ୍ଚାୟତର ଅଟ୍ରିଠାରେ ହେଉଥିବା ମକର ମେଳାରେ ବିଶ୍ୱାସ ଓ ପରମ୍ପରା ଝଲକ ଦେଖିବାକୁ ମିଳେ । ସେହିପରି ଚଳିତ ବର୍ଷ ଅଟ୍ରି ସ୍ଥିତ ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମ ପ୍ରସ୍ରବଣରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ମକର ମେଳା ଅନୁଷ୍ଠିତ ହେଉଛି।
ବନ୍ଧ୍ୟା ନାରୀମାନେ ମାନସିକ କୁଣ୍ଡରେ ସଂକଳ୍ପ ବୁଡ଼ ପକାଇ ଗୁଆ ଖୋଜିଲେ ଛୁଆ ହୋଇଥାଏ ବୋଲି ଏଠାରେ ବିଶ୍ବାସ ରହିଛି । ଗୁଆ ପାଇବା ପରେ ହଟକେଶ୍ୱରଙ୍କ ନାମ ଜପି ଖାଇଲେ ବର୍ଷକ ଭିତରେ ସନ୍ତାନ ହୁଏ ବୋଲି ଏଠାରେ ବିଶ୍ୱାସ ରହିଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।

ମକର ସଂକ୍ରାନ୍ତିଠାରୁ ବାବା ହଟକେଶ୍ୱରଙ୍କ ପୀଠରେ ଆରମ୍ଭ ହୋଇଥାଏ ମକର ମେଳା । ଏହି ମେଳା ଏକ ମାସ ଧରି ଚାଲୁଥିବା ବେଳେ କାଳକ୍ରମେ ଏହା ସାତଦିନରେ ସୀମିତ ରହିଛି । ସେହିପରି ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ମକର ମହୋତ୍ସବ ପାଞ୍ଚ ଦିନ ଚାଲିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରଦ୍ଧାଳୁଙ୍କ ପାଇଁ ମିନାବଜାର, ଦୋଳି, ବିଭିନ୍ନ ସରକାରୀ ଷ୍ଟଲ, ଘରକରଣା ସାମଗ୍ରୀ, ଚଟପଟି ଖାଦ୍ୟ ପସରା ଖୋଲିଛନ୍ତି ବ୍ୟବସାୟୀ ।
ପୁରାଣ ଅନୁସାରେ ଏହି ସ୍ଥାନ ଅତ୍ରି ମୁନିଙ୍କ ସାଧନା ସ୍ଥଳ ହୋଇଥିବାରୁ ତାଙ୍କ ନାମ ଅନୁସାରେ ଅଟ୍ରି ହୋଇଛି । ସେହିଭଳି ଭଗବାନ ଶଙ୍କର ଏହି ସ୍ଥାନରେ ତପସ୍ୟାରତ ଥିଲେ । ତପସ୍ୟା ଭାଙ୍ଗିବା ପାଇଁ ଦେବଦେବୀ କାମଦେବଙ୍କୁ ପଠାଇଥିଲେ । କାମଦେବଙ୍କ କାମ ସରରେ ମହାଦେବଙ୍କ ତପସ୍ୟା ଭଗ୍ନ ହେଲା କିନ୍ତୁ ମହାଦେବଙ୍କ ଉଗ୍ର ରୂପ ହୋଇ ତୃତୀୟ ନେତ୍ରରୁ ଅଗ୍ନି ନିର୍ଗତ ହୋଇ କାମଦେବ ଭସ୍ମ କରି ଦେଇଥିଲେ । କାମଦେବଙ୍କ ଭସ୍ମ ସ୍ଥାନ କାମ ଦହନ କୁଣ୍ଡ ହୋଇଥିଲା ଏବଂ ତାପରଠୁ କାଳକ୍ରମେ କୁଆକୁଣ୍ଡ ରୂପ ପରିଚିତ ହୋଇଛି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications