ମକର ସଂକ୍ରାନ୍ତି: ଅଟ୍ରିରେ ମକର ମେଳା; ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତି ହୁଏ
ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି । ଖୋର୍ଦ୍ଧା ଜିଲ୍ଲାର ଅଟ୍ରିର ଅଟ୍ରି ଉଷ୍ମପ୍ରସ୍ରବଣରେ ମକର ମେଳା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଯାହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
ମଙ୍ଗଳବାର ଦିନ ସକାଳୁ ସକାଳୁ ଖୋର୍ଦ୍ଧା ଜିଲ୍ଲାର ଅଟ୍ରିରେ ମକର ମେଳା ଅବସରରେ ଲୋକଙ୍କ ଭିଡ ଜମିଛି । ବିଶ୍ୱାସ ରହିଛି ଆଜିର ଦିନରେ ବାବା ହଟ୍ଟକେଶ୍ୱରଙ୍କୁ ପୂଜାର୍ଚ୍ଚନା କରି ଅଟ୍ରି ଉଷ୍ମପ୍ରସ୍ରବଣରେ ଥିବା ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ଅପୁତ୍ରିକ ନାରୀ ସନ୍ତାନ ପ୍ରାପ୍ତି ହୋଇଥାଏ । ଏଥିପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।ତେବେ ଭିଡକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅଟ୍ରି ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧାଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳାମାନେ ଗୁଆ ଖୋଜିଥାନ୍ତି । ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications