ଜାଣନ୍ତୁ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି
Makar Sankranti 2025: ୧୪ ଜାନୁଆରୀ ୨୦୨୫ରେ ସାରେ ଦେଶରେ ପାଳନ କରାଯିବ ମକର ସଂକ୍ରାନ୍ତି । ଏହି ପର୍ବକୁ ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକ ଭିନ୍ନ ଭିନ୍ନ ନାଁରେ ଭାବେ ପାଳନ କରିଥାନ୍ତି । ଓଡ଼ିଶାରେ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ଏହି ଦି ଓଡ଼ିଶାର ଲୋକମାନେ 'ମକର ଚାଉଳ' କରିଥାନ୍ତି ।
ଏହାର ବୈଶିଷ୍ଟ ହେଲା ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, କଦଳୀ, ଘିଅ, କ୍ଷୀର ଆଦି ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରାଯାଏ । ଏହି ଭୋଗକୁ ଆନନ୍ଦରରେ ସାଙ୍ଗସାଥୀ ଏବଂ ପଡ଼ୋଶୀ ସହ ବଣ୍ଟାଯାଇଥାଏ । ଏଥିସହିତ ଦେଶର କେତେକ ସ୍ଥାନରେ ମକର ସଂକ୍ରାନ୍ତି ଦିନରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି ।

ଦିନ ସୂର୍ଯ୍ୟ ସକାଳ 8:41 ରେ ମକର ରାଶିରେ ପ୍ରବେଶ କରିବେ ଏବଂ ଉଦୟ ତିଥି ବୈଧ ହୋଇଥିବାରୁ, ଏଥର ଏହି ପର୍ବ 14 ଜାନୁଆରୀ 2025 ରେ ପାଳନ କରାଯିବ। ମକ ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଉତ୍ତରାୟଣଗତି ଆରମ୍ଭ ହୁଏ । ତେଣୁ କେତେକ ସ୍ଥାନରେ ଏହି ପର୍ବକୁ ଉତ୍ତରାୟଣୀ ନାମରେ ମଧ୍ୟ ଜଣାଯାଏ ।
ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ହେବା ଆରମ୍ଭ ହୁଏ । ଏହାର ପ୍ରଭାବ ବହୁତଥିବାରୁ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତି । ଏବଂ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଲେ ଶରୀରରେ ନୂଆ ଉର୍ଜାର ସଂଚାର ହେବା ନେଇ ବିଶ୍ୱାସ ରହିଆସିଛି ।












Click it and Unblock the Notifications