ଭରତପୁର ଥାନା ବିବାଦ: ପୁଲିସ ପକ୍ଷରୁ ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା PSO
ଭୁବନେଶ୍ବର: ଭରତପୁର ଥାନା ବିବାଦ ଦେଖାଯିବା ପରେ ସେନାବାହିନୀର ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍ ପୁଲିସ ସୁରକ୍ଷା ଯୋଗାଇ ଦେଇଛି। ଉଭୟ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ପିଏସଓ ଯୋଗାଇ ଦିଆଯାଇଛି , ପୁଲିସ ୨୪ ଘଣ୍ଟିଆ ସୁରକ୍ଷାରେ ରହିବେ।
ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ କିଛି ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। ଏହି ଅଭିଯୋଗ ନେଇ ସେ ଓ ତାଙ୍କ ପୁରୁଷ ବନ୍ଧୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୁଲିସ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ସେ।

ଏହି ଘଟଣାକୁ ନେଇ ପୂରା ଏକ ସପ୍ତାହ ବିବାଦ ଲାଗି ରହିଲା। ମୁଖ୍ୟମନ୍ତ୍ରୀ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ପୀଡ଼ିତା ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ସହିତ ତାଙ୍କ ବାପା, ମେଜର ଓ କେତେ ଜଣ ଅବସରପ୍ରାପ୍ତ ସେନା ଅଧିକାରୀ ଯାଇଥିଲେ।
ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ଘଟଣାରେ ପୁଲିସ ଡିଜି ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।












Click it and Unblock the Notifications