ସୁଭଦ୍ରା ଯୋଜନାର ବଡ଼ ଅପଡେଟ୍‌, ଆଧାରରେ ମୋବାଇଲ ନମ୍ବର ଲିଙ୍କ୍ ନଥିଲେ...

ସକାଳୁ ରାତି ପାଇଯାଉଛି ସେମିତି ବସିରହିଛନ୍ତି ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା। କିଏ ଚପଲ ପକାଇ ତଳେ ବସୁଛି ତ ପୁଣି କିଏ ଲମ୍ବା ଲାଇନରେ ଠିଆ ହୋଇଛି। ଏହାରି ଭିତରେ ଏମିତି ଦୃଶ୍ୟ ବି ସାମ୍ନାକୁ ଆସିଛି ଆଧାରକାର୍ଡ ଧରି ଗେଟ୍ ଖୋଲୁ ଖୋଲୁ ଭିତରକୁ ଠେଲା ପେଲା ହୋଇ ଦଳା ଚକଟା ହୋଇ ପଶୁଛନ୍ତି। ସୁଭଦ୍ରା' ଯୋଜନା ପାଇଁ ଏବେ ରାଜ୍ୟବ୍ୟାପୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ତେବେ ରାଜ୍ୟ ସରକାର ଏବେ ଏହି ଯୋଜନାର ନିୟମକୁ ଆଜି ସାମାନ୍ୟ କୋହଳ କରିଛନ୍ତି ।

ଆଧାର ନମ୍ବର ସହିତ ମୋବାଇଲ ଫୋନ୍ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେଣୁ ବିନା ମୋବାଇଲ୍ ନମ୍ବର ଲିଙ୍କରେ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନ ପୂରଣ ଓ ପଞ୍ଜିକରଣ କରିହେବ ବୋଲି ସରକାର କହିଛନ୍ତି ।

prabhati parida

ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି 'ସୁଭଦ୍ରା' ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହ ଯେଭଳି କୌଣସି ଜଣେବି ହିତାଧିକାରୀ ବାଦ୍ ନପଡ଼ିବେ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି ସହ ସଜାଗ ରହିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରଣ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତ ନହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି। ଆଧାର କାର୍ଡରେ ମୋବାଇଲ ଲିଙ୍କ ନ ହେଉଥିଲେ ସୁଦ୍ଧା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ବାୟୋମେଟ୍ରିକ, ଫେସ ଓ ଆଇରିସ ଜରିଆରେ ଅଥେଣ୍ଟିକେସନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲାରେ ୫ ଲକ୍ଷରୁ ଉର୍ଦ୍ଧ୍ବ ହିତାଧୀକାରୀଙ୍କୁ ଫର୍ମ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଅନଲାଇନରେ ଫର୍ମ ଆବେଦନ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ତେଣୁ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+