ବରଗଡରେ ବଡ ଧରଣର ଦୁର୍ଘଟଣା: ୩୦ ଆହତ, ୧୦ ଗୁରୁତର
ବରଗଡ: ସ୍ଥାନୀୟ ଭଟଲିରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଏହି ଦୁର୍ଘଟଣା ସୋମବାର ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଘଟିଛି ।

ମିଳିଥିବା ସୂଚନାନୁସାରେ, ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ କୀର୍ତ୍ତନ କରିବାକୁ ଯାଉଥିବା ପିକଅପ ଗାଡି ଓଲଟି ଏହି ଦୁର୍ଘଟଣା ଘଟିଛି । ଗୁଡ଼ି ଗାଁର କୀର୍ତ୍ତନ ଗ୍ରୁପ ଗୋଟିଏ ପିକଅପ ଭ୍ୟାନରେ ଛତିଶଗଡ ଯାଉଥିବା ବେଳେ ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ପିକଅପ ଭ୍ୟାନ ଭାରସ୍ୟାମ ହରାଇ ଲଟି ପଡିଥିଲା । ଫଳରେ ଗାଡି ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ । ପରେ ପରେ ସେମାନଙ୍କୁ ବରଗଡ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରଯାଇ ଥିବା ବେଳେ ସେଥି ମଧ୍ୟରେ ୧୦ ଜଣ ଅତି ଗୁରୁତର ଥିବା କୁହାଯାଉଛି ।












Click it and Unblock the Notifications