ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ୧୪ ଓଏଏସ ଅଫିସର
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶା ଲୋକସେବା ଆୟୋଗଙ୍କ ସଚିବ ତଥା ବରିଷ୍ଠ ଓଏଏସ୍ ପ୍ରମୋଦ କୁମାର ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଚି । ବରିଷ୍ଠ ଓଏଏସ୍ ରାମଚନ୍ଦ୍ର ପାଲଟାଙ୍କୁ ତାଙ୍କ ସ୍ଥାନକୁ ପଠାଯାଇଛି । ଶ୍ରୀ ପାଲଟା ଏବେ କଟକରେ ଅତିରିକ୍ତ ଅବକାରୀ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ଓ ସେ କଟକସ୍ଥିତ ଲୋକସେବା ଆୟୋଗଙ୍କ ସଚିବ ଦାୟିତ୍ୱ ତୁଲାଇବେ ।

ସେହିପରି ଭୁବନେଶ୍ୱର ଉପଜିଲ୍ଲାପାଳ ଥିବା ଦେବବ୍ରତ ସାହୁଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ ଥିବା ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସ୍କା କୋଅପରେଟିଭ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପରିଚାଳ ନିର୍ଦ୍ଦେଶକ ଭାବ ନିଯୁକ୍ତ କରାଯାଇଛି।
ସେହିପରି ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଯୁଗ୍ମ କମିଶନର ଭାବେ ନିଯୁକ୍ତି ମିଳିଛି । ସେହିପରି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଆସିକା ଚିନି ସମବାୟ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ, ଶୁଭେନ୍ଦ୍ର କୁମାର ସାମଲଙ୍କ ପୂର୍ବ ବଦଳି ନିର୍ଦ୍ଦେଶକୁ ବାତିଲ କରି ତାଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଥିବା ଦିବ୍ୟଲୋଚନ ମୋହାନ୍ତଙ୍କୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଦାୟିତ୍ୱ ଦିଆଯାଇଛି। ମଧୂସୁଦନ ବେହେରାଙ୍କୁ ଭୁବନେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅନୁସଚିବ ସୂର୍ଯ୍ୟସ୍ମିତା ସାହୁଙ୍କୁ ଓଡ଼ିଶା ନିର୍ମାଣ ନିଗମର ପ୍ରଶାସନିକ ଅଧିକାରୀ ଭାବେ ବଦଳି ହୋଇଛି । ଓଏଏସ୍ ତରଣୀ ସୁନାଭ୍କୁ ବଲାଙ୍ଗିର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ମନୋଜ କୁମାର ତ୍ରିପାଠୀଙ୍କୁ ତାଳଚେର ଉପଜିଲ୍ଲାପାଳ, ସ୍ୱାଗତ ଦାସଙ୍କୁ ବିଏମସି ଡେପୁଟି କମିଶନର, ଓଏଏସ୍ ପ୍ରିୟରଞ୍ଜନ ବେହେରାଙ୍କୁ ଜୟପୁର ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଓଏଏସ୍ ଏଲିଜା ମିଶ୍ରଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁରେ ଉପସଚିବ ଭାବେ ବଦଳି ହୋଇଛି ।












Click it and Unblock the Notifications